ଅଣସର ଘରେ ୧୪ ଦିନ ଧରି ଜ୍ୱରରେ ପୀଡ଼ିତ ହେବା ପରେ ଶେଷରେ ସୁସ୍ଥ ହେଲେ ଶ୍ରୀଜିଉ । ତ୍ରୟୋଦଶୀ ତିଥିରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଖବର ଶ୍ରୀନଅର ଯାଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଜଣାଇଲେ ଦଇତାପତି ସେବାୟତ । ପରମ୍ପରା ଅନୁସାରେ ଅଣସର ଶେଷ ହେବା ପରେ ମହାପ୍ରଭୁଙ୍କ ଚନ୍ଦନ, କରାଳ ଓ ପାଟଡୋର ପିତ୍ତଳ ଥାଳିରେ ନେଇ ଗଜପତି ମହାରାଜାଙ୍କୁ ପ୍ରଦାନ କଲେ ଦଇତାପତି ସେବାୟତ । ଏହା ପରେ ଶ୍ରୀନଅରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେଲା । ଏହି ଅବସରରେ ଗଜପତି ମହାରାଜା ଶୃଙ୍ଖଳିତ ଭାବେ ଆସନ୍ତା ରଥଯାତ୍ରା ସମ୍ପନ୍ନ କରିବାକୁ ସେବାୟତମାନଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ସମସ୍ତ ନୀତି ନିୟମ ଠିକ୍ ଭାବେ ପାଳନ କରାଯାଇ ଭକ୍ତମାନଙ୍କୁ ଶାନ୍ତିରେ ଦର୍ଶନ ସୁଯୋଗ ଦିଆଯାଉ । ସୂଚନା ଅନୁସାରେ ମଙ୍ଗଳବାର ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । Post navigation Santrupt Snubs BJD MPs: ସଂତୃପ୍ତଙ୍କ ସଂସଦୀୟ ପ୍ରେସ୍ ବାର୍ତ୍ତା: ଅନ୍ୟ ସାଂସଦ ଗଲେ କୁଆଡ଼େ? Prabhat Biswal Joins BJP: ମିଶ୍ରଣ ମଞ୍ଚରୁ ବିଜେଡିକୁ ମୁଖ୍ୟମନ୍ତ୍ରୀଙ୍କ କଡା ସମାଲୋଚନା