ବ୍ରେକିଙ୍ଗ ନିଉଯ

ଭିକି- କ୍ୟାଟ୍ରିନାଙ୍କୁ ହତ୍ୟା ଧମକ

2022-07-25 13:04:03 ମନୋରଞ୍ଜନ

ବଲିଉଡର ମୋଷ୍ଟ ଫେମସ ଦମ୍ପତ୍ତି ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କୁ ନେଇ ଆସିଛି ଚିନ୍ତାକଲା ଭଳି ଖବର । ଜଣେ ବ୍ୟକ୍ତି ଷ୍ଟାର ଦମ୍ପତ୍ତିଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଜୀବନରେ ମାରି ଦେବାର ଦେଇଛି ଧମକ ।

ଏଜେନ୍ସୀ : ମୁମ୍ବାଇ :

ବଲିଉଡର ମୋଷ୍ଟ ଫେମସ ଦମ୍ପତ୍ତି ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କୁ ନେଇ ଆସିଛି ଚିନ୍ତାକଲା ଭଳି ଖବର । ଜଣେ ବ୍ୟକ୍ତି ଷ୍ଟାର ଦମ୍ପତ୍ତିଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଜୀବନରେ ମାରି ଦେବାର ଦେଇଛି ଧମକ । ତେବେ ଏହି ବ୍ୟକ୍ତିଜଣକ କିଏ ତାହା ଜଣାପଡ଼ିନଥିବା ବେଳେ ଖୁବଶୀଘ୍ର ଏହି ବ୍ୟକ୍ତିଙ୍କୁ ଧରାଯିବ ବୋଲି ମୁମ୍ବାଇ ପୁଲିସ ପକ୍ଷରୁ  କୁହାଯାଇଛି । ପୁଲିସ ଏହି ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ରୁଜୁ କରିଛି ମାମଲା । ମୁମ୍ବାଇ ପୁଲିସ ପକ୍ଷରୁ କୁହାଯାଇଛି ଯେ ସୋସିଆଲ ମିଡିଆ ମାଧ୍ୟମରେ ଜଣେ ଅଜ୍ଞାତ ବ୍ୟକ୍ତି ଏହି ଷ୍ଟାର ଦମ୍ପତ୍ତିଙ୍କୁ ହତ୍ୟା ଧମକ ଦେଇଛନ୍ତି । ଅଭିନେତା ଭିକି କୌଶଲ ଶାନ୍ତାକ୍ରୁଜ୍‌ ଥାନାରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଭିକି କହିଛନ୍ତି ଯେ ଏହି ବ୍ୟକ୍ତିଜଣକ କ୍ୟାଟ୍ରିନା ଏବଂ ମୋତେ ଜୀବନରେ ମାରିଦେବାର ଧମକ ଦେଉଛନ୍ତି । ଗତ କିଛି ଦିନ ଧରି ସେ ଏଭଳି ପ୍ରକାର ଧମକ ଦେଇଚାଲିଛନ୍ତି । ଶାନ୍ତାକ୍ରୁଜ୍‌ ପୁଲିସ ଏହି ମାମଲାରେ ସାଇବର କ୍ରାଇମ ମାଧ୍ୟମରେ ସୋସିଆଲ ମିଡିଆ ପ୍ଳାଟଫର୍ମର ଯାଞ୍ଚ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାର ଉଦ୍ୟମ ଆରମ୍ଭ କରିଛି । ତେବେ ଏହା ପ୍ରଥମ ଥର ପାଇଁ ନୁହେଁ ପୂର୍ବରୁ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ମଧ୍ୟ ଏଭଳି ହତ୍ୟା ଧମକ ମିଳିଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ଖବର