ଶ୍ରୀମନ୍ଦିର ଆଲୋକୀକରଣ ବନ୍ଦ ନେଇ ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମୁଖ୍ୟ ଶାସନ ସଚିବ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଚାରିପଟେ ଲଗାଯାଇଥିଲା ବଡ଼ ବଡ଼ ଲାଇଟ୍ ରାଜ୍ୟରେ ବିଜେଡି ସରକାରର ପତ୍ତନ ପରେ ଶ୍ରୀମନ୍ଦିରରୁ ଖୋଲି ନିଆ ଯାଇଥିବା ଅଭିଯୋଗ ହୋଇଥିଲା ।

ସୂଚନା ମୁତାବକ, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଚାରିପଟେ ବଡ଼ ବଡ଼ ଲାଇଟ୍ ଲଗାଯାଇଥିଲା। ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ରାତିରେ ମଧ୍ୟ ଦୂରକୁ ସ୍ପଷ୍ଟ ଦେଖାଯାଉଥିଲା। ନିର୍ବାଚନ ଫଳାଫଳ ଘୋଷଣା ପରେ ଠିକାଦାର ରାତାରାତି ଲାଇଟ୍ ଖୋଲିନେଇଥିବା ଅଭିଯୋଗ ହୋଇଛି ।

ଏହି ଅଭିଯୋଗ ପରେ ଶ୍ରୀମନ୍ଦିର ଆଲୋକୀକରଣ ବନ୍ଦ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Leave a Reply

Your email address will not be published. Required fields are marked *