ରଥଯାତ୍ରା ପାଇଁ ପୁରୀରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ସୁପରିଚାଳନା ପାଇଁ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ତୀର୍ଥଯାତ୍ରୀଙ୍କ ପାଇଁ ବିଭିନ୍ନ ସ୍ଥାରେ ଗାଡ଼ି ରହଣି ସ୍ଥଳ ବା ପାର୍କିଂ ପ୍ଲେସର ବ୍ୟବସ୍ଥା କରାଯାଇଛି ।

ପୁରୀ ଜିଲ୍ଲାପାଳଙ୍କ ଟ୍ରାଫିକ୍ ସୁପରିଚାଳନା ପାଇଁ ପୁରୀ ବଡ଼ଦାଣ୍ଡକୁ ନୋ ଭେହିକିଲ୍ ଜୋନ୍ ବା ଗାଡ଼ି ଚଳାଚଳ ନିଷେଧ କରାଯାଇଛି । ଲକ୍ଷ ଲକ୍ଷ ଭକ୍ତଙ୍କ ଆଶାକୁ ଦୃଷ୍ଟିରେ ରଖି, ବ୍ୟବସ୍ଥାଗୁଡ଼ିକ ଗତିଶୀଳତା, ପାର୍କିଂ, ପର୍ଯ୍ୟବେକ୍ଷଣ ଏବଂ ସାଧାରଣ ସୁବିଧା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି।

୧୬ ଜୁଲାଇ ମଧ୍ୟରାତ୍ର ୧୨ଟା ଠାରୁ ୧୭ ଜୁଲାଇ ମଧ୍ୟରାତ୍ର ୧୨ଟା ପର୍ଯ୍ୟନ୍ତ ପୁରୀ ବଡ଼ଦାଣ୍ଡରେ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ । ଝାଡ଼େଶ୍ୱରୀ ଛକରୁ ହସ୍ପିଟାଲ କ୍ରସ୍ ରୋଡ୍, ଜେଲ୍ ରୋଡରୁ ହସ୍ପିଟାଲ କ୍ରସିଂ ରୋଡ୍, ବୃଷଭ ଛକରୁ ଶ୍ରୀମନ୍ଦିର, ଷୋଳଖିଆ ବରଗଛ ଛକରୁ ଶ୍ରୀମନ୍ଦିର, ମୋଚିସାହି ଛକରୁ ଜଗନ୍ନାଥ ମନ୍ଦିର, ୟାତ୍ରିକା ପାର୍କିଂ ସ୍ଥାନରୁ ଦିଗବାରେଣୀ ଛକ ଯାଏଁ ଯାନବାହାନ ଚଳାଚଳ ବନ୍ଦ ରହିବ ।

ରଥଯାତ୍ରା ପାଇଁ ମୋଟ ୩୦ଟି ଗାଡ଼ି ରହଣି ସ୍ଥାନ କରାଯାଇଛି । ୪ ଚକିଆ ଯାନ ପାଇଁ ୨୨ଟି ପାର୍କିଂ ରହିଛି, ଯେଉଁଥିରେ ୧୮ଟି ସାଧାରଣ ଏବଂ ୪ଟି ପାସ୍ ଧାରୀଙ୍କ ପାଇଁ ଉଦ୍ଦିଷ୍ଟ । ଏଥିରେ ମୋଟ ଏକକାଳୀନ ୭,୭୩୦ ଗାଡ଼ି ରହିପାରିବା କ୍ଷମତା ରହିଛି । ୨ ଚକିଆ ଯାନ ପାଇଁ ୪ଟି ପାର୍କିଂ ସ୍ଥାନ । ମାଟିତୋଟାରେ ୧ ଓ ୨, ପୁରୁଣା ଜଗନ୍ନାଥ ବଲ୍ଲଭ ମଠ, ବ୍ଲୁ-ଫ୍ଲାଗ୍ ନିଳାଚଳ ଅଶୋକ । ଏଠାରେ ୧୫୦୦୦ ବାଇକ୍ ରହି ପାରିବ ।

ସେହିପରି ବସ୍ ପାର୍କିଂ ପାଇଁ ୪ଟି ସ୍ଥାନ- ମାଳତୀପାଟପୁର, ତାଳବଣିଆ, ସ୍ୱାମୀ ନାରାୟଣ ମନ୍ଦିର, ସମଙ୍ଗା- ୭୫୦ଟି ବସ୍ ରହିବାର ବ୍ୟବସ୍ଥା

୨୦୨୫ ତୁଳନାରେ ମୋଟ ପାର୍କିଂ କ୍ଷମତା ବୃଦ୍ଧି ପାଇଛି । ୨୦୨୫ରେ ୫,୬୩୦ କ୍ଷମତା ଥିଲା । ୨,୧୦୦, ପାସଧାରୀଙ୍କ ପାଇଁ ଜଗନ୍ନାଥ ବଲ୍ଲଭ ତୀର୍ଥ କେନ୍ଦ୍ର (JBPC)ରେ ୨୭୦ ରେ ଗୋଟିଏ ଅତିରିକ୍ତ ମହଲା ରହିଛି ।

ଏଥିସହିତ ପାସଧାରୀଙ୍କ ପାଇଁ ୪ଟି ପାର୍କିଂ ସ୍ଥାନ ରହିଛି । ଜେବିପିସି, ୟାତ୍ରିକା, ଲୋକନାଥ ଏବଂ ନେଲ୍ ଫିଲ୍ଡ

ଅଣ-ପାସଧାରୀଙ୍କ ପାଇଁ ୧୮ଟି ପାର୍କିଂ ସ୍ଥାନ ରହିଛି । ଯଥା- ସାମଙ୍ଗା, ସେଣ୍ଟ୍ରାଲ୍ ସ୍କୁଲ୍ ନିକଟରେ (ଏସସିଏସ୍ କଲେଜ୍ ଅଞ୍ଚଳ), ସେଣ୍ଟ୍ରାଲ୍ ସ୍କୁଲ୍ ଭିତରେ, ଶ୍ରୀ ସେତୁ (ସର୍କୁଲାର୍ ଫିଲ୍ଡ), ଭୂଦାନ, ଜେଲ୍ ରୋଡ୍ ପାର୍କିଂ / ପୁରୁଷୋତ୍ତମ ପାର୍କିଂ ସ୍ଥାନ (ଆକସ୍ମିକ), ଆଇଟିଆଇ କଲେଜ ପାର୍କିଂ, ହେଲିପ୍ୟାଡ୍, ଉଦ୍ୟାନ କୃଷି ପାର୍କିଂ, ଓଲା ଗେଷ୍ଟ ହାଉସ୍, ତାଳବଣିଆ ମାଛ ମାର୍କେଟ୍ ଏବଂ ସଂଲଗ୍ନ କ୍ଷେତ୍ର, ଇନଡୋର ଷ୍ଟାଡିୟମ୍, ଷ୍ଟର୍ଲିଂ ଛକ ପାର୍କିଂ (ଶନି ମନ୍ଦିର ପାର୍ଶ୍ୱ), ତାଜ୍ ହୋଟେଲ୍ ନିକଟରେ ପାର୍କିଂ (ଷ୍ଟର୍ଲିଂ ଛକ), ଷ୍ଟର୍ଲିଂ ଛକ ରାସ୍ତା ତଳେ ପାର୍କିଂ, ହୋଟେଲ୍ ଷ୍ଟର୍ଲିଂ ଆଡକୁ ଷ୍ଟର୍ଲିଂ ଛକ ରାସ୍ତା ପାର୍ଶ୍ୱରେ ପାର୍କିଂ ବ୍ୟବସ୍ଥା ହୋଇଛି ।

ସେହିପରି ସୁନାବେଶ ପାଇଁ ଶରଧାବାଲି ପାର୍କିଂ (ସୁନାବେଶ) ଓ ସ୍ୱସ୍ତିରୁ ଷ୍ଟର୍ଲିଂ ରୋଡ୍ (ସୁନାବେଶ) ପାର୍କିଂ ବ୍ୟବସ୍ଥା ରହିଛି ।

ରଥଯାତ୍ରାରେ ପୁରୀକୁ କେତେ ଯାନବାହାନ ଆସୁଛି ଓ ଯାଉଛି ତାହାର ମଧ୍ୟ ଗଣତି କରାଯିବ । ମାନୁଆଲ ଏବଂ ଏଆଇ ଟେକ୍ନୋଲୋଜିର ସାହାଯ୍ୟରେ ଯାନବାହାନର ଗଣତି ହେବ । ଯାତ୍ରୀଙ୍କ ପାଇଁ ୫୯୫ ସ୍ଥାୟୀ ଓ ୧,୦୫୦ ଅସ୍ଥାୟୀ ମୋଟ ୧,୬୪୫ଟି ସାଇନ୍ ବୋର୍ଡ ଲଗାଯାଇଛି । ଟ୍ରାଫିକ୍ ସୂଚନା ପାଇଁ ରାଜପଥ ଉପରେ ଏଲଇଡି ବ୍ୟବସ୍ଥା କରାଯାଇଛି । ପୁରୀକୁ ଆସୁଥିବା ଯାତ୍ରୀମାନେ ଟ୍ରାଫିକ୍ ବିଷୟରେ ସୂଚନା ପାଇପାରିବେ । ସେହିପରି ଉତ୍ତରା ଲିଙ୍ଗିପୁର ଠାରୁ ଭୁବନେଶ୍ୱର ଯାଏ ୨ଟି ଭ୍ରାମ୍ୟମାଣ ବା ମୋବାଇଲ୍ ଏଲଇଡି ବୁଲିବ । ମାଳତୀପାଟପୁରରେ ଟ୍ରାଫିକ୍ ଭିଡ଼ ଉପରେ ସୂଚନା ପ୍ରଦାନ କରାଯିବ । ୭୩ଟି ଟ୍ରାଫିକ୍ ଏଡ୍ ପୋଷ୍ଟ କରାଯାଇଛି । ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୩ଟି ଡ୍ରୋନ୍ ଏବଂ ୨୨୪ଟି ସିସିଟିଭି କ୍ୟାମେରା ଲଗାଯାଇଛି

Leave a Reply

Your email address will not be published. Required fields are marked *