ଐତିହାସିକ କଟକ ବାଲିଯାତ୍ରାରେ ଏକ ଦୁଃଖଦ ଘଟଣା ପରେ ଆଜି ମେଳା ପରିସରରେ ଥିବା ସମସ୍ତ ଦୋଳି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଗତକାଲି ରାତିରେ ବାଲିଯାତ୍ରା ତଳ ପଡ଼ିଆରେ ରାମଦୋଳିରୁ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିବା ପରେ ଏହି ପଦକ୍ଷେପ ନିଆଯାଇଛି।

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି ଗତକାଲି ଯୁବକଙ୍କ ମୃତ୍ୟୁ ପରେ ସୁରକ୍ଷା ଓ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଜି ବାଲିଯାତ୍ରାରେ ଥିବା ସମସ୍ତ ଛୋଟ-ବଡ଼ ଦୋଳିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଦୋଳିର ଟେକ୍ନିକାଲ୍ ଟିମ୍ ଦ୍ୱାରା ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ ଏବଂ ସେମାନଙ୍କର ରିପୋର୍ଟ ଆସିବା ପରେ ହିଁ ଦୋଳିଗୁଡ଼ିକୁ ପୁଣି ଚାଲୁ କରିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *