କଟକ ଜିଲ୍ଲା ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। କଲେଜ କ୍ୟାମ୍ପସ ଭିତରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ବିସ୍ଫୋରଣ ଫଳରେ କଲେଜର କିଛି କାନ୍ଥ ଭୁଶୁଡ଼ି ପଡ଼ିବା ସହ ଝରକା, କବାଟ ଏବଂ ବିଭିନ୍ନ ଆସବାବପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଏହି ହିଂସାକାଣ୍ଡ ଘଟିଥିବା ନେଇ ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ଏହି ଘଟଣା ପରେ ସମଗ୍ର କଲେଜ୍ ଚାପା ଉତ୍ତେଜନା ମଧ୍ୟରେ ରହିଛି। ସୂଚନା ଅନୁଯାୟୀ; ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ କିଛି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହେବା ପରେ କ୍ୟାମ୍ପସରେ ଅସନ୍ତୋଷ ପ୍ରକାଶ ପାଇଥିଲା। ନାମାଙ୍କନ ପତ୍ର ନାକଚ ନିଷ୍ପତ୍ତିକୁ ପୁନର୍ବିଚାର କରିବା ଦାବିରେ ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷଙ୍କ ଚାମ୍ବର ବାହାରେ ଧାରଣା ଦେଇଥିଲେ। ଏହାପରେ ପରିସ୍ଥିତିକୁ ସୁଧାରିବା ପାଇଁ ଅଧ୍ୟକ୍ଷ, ଆନ୍ଦୋଳନରତ ଛାତ୍ର ଏବଂ ପୋଲିସ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଜଣେ ଅଜଣା ଦୁର୍ବୃତ୍ତ ଆଡମିନ ବ୍ଲକ୍ ନିକଟକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲା। Post navigation Complaint Filed Against Arvind Kejriwal: ଅରବିନ୍ଦ କେଜ୍ରିୱାଲଙ୍କ ନାଁରେ ଏତଲା: ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ନେଇ ବଢ଼ିଲା ବିବାଦ