ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ବିଜୟ ହାସଲ କରିଛି। କଡ଼ା ପ୍ରତିଦ୍ୱନ୍ଦ୍ୱିତା ଓ ଛକାପଞ୍ଛା ଭିତରେ BCJD ପ୍ରାର୍ଥୀ ସୋନାଲି ବେହେରା ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପ୍ରାର୍ଥୀଙ୍କୁ ପରାସ୍ତ କରି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ଦୀର୍ଘଦିନର ବ୍ୟବଧାନ ପରେ ଅନୁଷ୍ଠିତ ଏହି କ୍ୟାମ୍ପସ ନିର୍ବାଚନକୁ ନେଇ ଗତ କିଛି ଦିନ ହେବ ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରଚାର କାର୍ଯ୍ୟକ୍ରମ ସହ ସରଗରମ ପରିବେଶ ସୃଷ୍ଟି ହୋଇଥିଲା। ନିର୍ବାଚନ ପୂର୍ବରୁ ବାଲାଟ ନମ୍ବର ସମସ୍ୟା ଓ ବିଭିନ୍ନ ଦଳୀୟ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି କାରଣରୁ ଉତ୍ତେଜନା ପ୍ରକାଶ ପାଇଥିଲେ ସୁଦ୍ଧା ଶେଷରେ ସୁରୁଖୁରୁରେ ଭୋଟ ଗ୍ରହଣ ଓ ଗଣତି ପ୍ରକ୍ରିୟା ଶେଷ ହୋଇଥିଲା।

ଫଳାଫଳ ଘୋଷଣା ହେବା କ୍ଷଣି କ୍ୟାମ୍ପସ ଭିତରେ BCJD ର ସମର୍ଥକ ଓ ଛାତ୍ରୀମାନେ ଅବିର ବୋଳି ଓ ବାଜା ବଜାଇ ଖୁସି ମନାଇଥିଲେ। ନବନିର୍ବାଚିତ ସଭାପତି ସୋନାଲି ବେହେରା ଛାତ୍ରୀମାନଙ୍କର ବିଶ୍ୱାସ ଓ ସହଯୋଗ ପାଇଁ ଗଭୀର କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ରମାଦେବୀ ବିଶ୍ୱବିଦ୍ୟାଳୟର ସମସ୍ୟା ସମାଧାନ ଓ ଛାତ୍ରୀମାନଙ୍କ ପ୍ରଗତି ପାଇଁ ନିରନ୍ତର କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *