Group clash erupts during idol immersion In Cuttack, 6 including DCP injured,
ଶୁକ୍ରବାର ଦିନ ବିଳମ୍ବିତ ରାତିରେ କଟକରେ ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ଡିସିପି ଋଷିକେଷ ଖିଲାରୀ ଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
 
ସୂଚନା ଅନୁଯାୟୀ, ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ଅଟକି ରହିଥିବା ବେଳେ ରାଉସାପାଟଣା ଦୁର୍ଗାକାଳୀ ମେଢ଼ ଦରଘାବଜାର ଥାନା ଅତିକ୍ରମ କରୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ମେଢ଼ ଶୋଭାଯାତ୍ରାରେ ଯାଉଥିବା ଯୁବକଙ୍କୁ ଆକ୍ରମଣ କରିଥିଲେ ।
 
ଦରଘାବଜାର ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିବା ବେଳେ ଢେଲା, ପଥର ଓ କାଚ ବୋତଲ ମାଡ଼ରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।
 
ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଲାଠିମାଡ କରାଯାଇଥିଲା ।
 
ରାସ୍ତା ପାର୍ଶ୍ୱରେ ଥିବା ଯାନବାହାନ ଭଙ୍ଗାରୁଜା ହେବା ସହ ବିଭିନ୍ନ ଦୋକାନ ଆଗରେ ‌ଷ୍ଟଲ୍‌ ଭଙ୍ଗାରୁଜା ହୋଇଛି । ଏଭଳି ଘଟଣା ପ୍ରତିବାଦରେ ଶୋଭାଯାତ୍ରାକାରୀମାନେ ରାସ୍ତା ଉପରେ ଧାରଣାରେ ବସିବା ଫଳରେ ମେଢ଼ଗୁଡିକ ଶୋଭାଯାତ୍ରା ବନ୍ଦ କରିଦେଇଥିଲେ ।
 
ଆକ୍ରମଣକାରୀଙ୍କ ଗିରଫଦାରୀ ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୂଜା କମିଟି ସଦସ୍ୟ ମାନେ ଦାବି କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *