ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ହତ୍ୟା ଧମକ। ମୁମ୍ବାଇ ପୁଲିସ ଟ୍ରାଫିକ କଣ୍ଟ୍ରୋଲ ସେଲକୁ ଶନିବାର ସନ୍ଧ୍ୟାରେ ଏକ ଅଜଣା ନମ୍ବରରୁ ହତ୍ୟା ଧମକପୂର୍ଣ୍ଣ ମେସେଜ କରାଯାଇଥିବା ଜଣାପଡିଛି। ଯଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୦ ଦିନ ମଧ୍ୟରେ ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କୁ ଏନସିପି ନେତା ବାବା ସିଦ୍ଦିକିଙ୍କ ଭଳି ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି। ଏହା ପରେ ଏହା ପରେ ଏହି ବିପଦ ବିଷୟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ଟିମକୁ ସୂଚନା ଦିଆଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାପରେ କିଏ ଏହି ଧମକପୂର୍ଣ୍ଣ ଫୋନ୍ କରିଥିଲା ସେ ନେଇ ଅଧିକ ତଦନ୍ତ କରିବା ପରେ ଜଣେ ମହିଳାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ମହିଳା ହେଲେ ୨୪ ବର୍ଷୀୟା ଫାତିମା ଖାନ। ମହାରାଷ୍ଟ୍ରର ଥାନେ ଜିଲ୍ଲାର ଉଲ୍ଲାସନଗରରେ ନିଜ ପରିବାର ସହ ରହନ୍ତି। ତେବେ ସେ କାହିଁକି ଏପରି କାଣ୍ଡ କଲେ ତାହା ଅସ୍ପଷ୍ଟ ରହିଛି। ଘଟଣାର ତଦନ୍ତ ଚାଲିଥିବା ପୋଲିସ୍ ସୂଚନା ଦେଇଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୁଅ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ବାବାଙ୍କୁ ହତ୍ୟା କରାଯାଇଛି। ଚାରିଆଡ଼େ ବାଣ ଫୁଟିବାର ଶବ୍ଦ ଶୁଣିବା ପରେ ବାବା ସିଦ୍ଦିକିଙ୍କୁ ତିନି ଜଣ ଗୁଳି କରି ହତ୍ୟା କରିଥିଲେ। ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବାବାଙ୍କ ହତ୍ୟା କରିଥିବା ସୂଚନା ଦେଇଥିଲା। Post navigation ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍ ମ୍ୟାଚରେ ବାଜି ମାରିଲା ନ୍ୟୁଜିଲାଣ୍ଡ ପୁରୀ ଶ୍ରୀମନ୍ଦିରର ‘ମେଘନାଦ ପାଚେରୀ‘ ରେ ଏକାଧିକ ଫାଟ