ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ୱେବ ଚ୍ୟାନେଲ୍ ସମ୍ପାଦକ ସୁଧାଂଶୁ ରାଉତ ଗିରଫ । ହତ୍ୟା ଉଦ୍ୟମ ଏବଂ ଅନ୍ୟଙ୍କୁ ଭୟଭୀତ ତଥା ଧମକଚମକ ଦେବା ଭଳି ଅତି ଗୁରୁତର ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୁଧାଂଶୁଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।

ଦାୟର ହୋଇଥିବା ମାମଲା ଏବଂ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଅଭିଯୁକ୍ତ ସୁଧାଂଶୁଙ୍କୁ ହାଜତକୁ ନେଇଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ କୌଣସି ଦିଗ ରହିଛି କି ନାହିଁ, ସେ ନେଇ ପୋଲିସ ପକ୍ଷରୁ ଅଧିକ ପଚରାଉଚରା ଏବଂ ତଦନ୍ତ ଜାରି ରହିଛି।

ତେବେ ଏହି ମାମଲା ସମ୍ପର୍କରେ ଅଧିକ ବିସ୍ତୃତ ତଥ୍ୟ ପୋଲିସ କିମ୍ବା ରିପୋର୍ଟ ସୂତ୍ରରୁ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

Leave a Reply

Your email address will not be published. Required fields are marked *