ଭାରତୀୟ ନିର୍ବାଚନ ଆୟୋଗ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SSR) କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୭ ଜାନୁଆରୀ ୧କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୨୧ ଅନୁଯାୟୀ ଏହି ସଂଶୋଧନ କରାଯିବ । ଏହି ପ୍ରକ୍ରିୟା ଅଧୀନରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଆସାମ, ବିହାର, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ଲାକ୍ଷାଦ୍ୱୀପ, ମଧ୍ୟପ୍ରଦେଶ, ମଣିପୁର, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ଭୋଟର ତାଲିକା ସଂଶୋଧନ କରାଯିବ । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଭୋଟର ତାଲିକାରେ ନୂଆ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ସହ ତାଲିକାର ସଂଶୋଧନ କରାଯିବ । ଅନ୍ୟପକ୍ଷରେ, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାବେଳୀ ଏବଂ ଡାମନ ଓ ଡିୟୁ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଦିଲ୍ଲୀ, ଓଡ଼ିଶା, ସିକିମ, ତ୍ରିପୁରା ଓ ତେଲେଙ୍ଗାନାରେ ସ୍ୱତନ୍ତ୍ର ସଂଶୋଧନ (SIR) ଚାଲିଥିବା କିମ୍ବା ନିକଟରେ ଶେଷ ହୋଇଥିବାରୁ ସେଠାରେ SSR କାର୍ଯ୍ୟସୂଚୀ ପରେ ଘୋଷଣା କରାଯିବ । ନିର୍ବାଚନ ଆୟୋଗ ଘୋଷଣା କରିଥିବା କାର୍ଯ୍ୟସୂଚୀ ଅନୁଯାୟୀ, ୨୦୨୬ ନଭେମ୍ବର ୨ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ପୁନଃ ଅନୁଧ୍ୟାନ କରାଯିବ । ନଭେମ୍ବର ୧୨ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ନଭେମ୍ବର ୧୨ରୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ । ଡିସେମ୍ବର ୨୮ ସୁଦ୍ଧା ଦାବି ଓ ଆପତ୍ତିଗୁଡ଼ିକର ସମାଧାନ କରାଯିବ ଏବଂ ୨୦୨୭ ଜାନୁଆରୀ ୪ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ । Post navigation Mahanga Double Murder Case: ମାହାଙ୍ଗା ଡବଲ ମର୍ଡର ମାମଲାରେ ସୁପ୍ରିମକୋର୍ଟରୁ ପ୍ରତାପ ଜେନାଙ୍କୁ ମିଳିଲା କ୍ଲିନଚିଟ୍ PM Modi Meets Asian Games Medal Winners: ଏସିଆନ ଗେମ୍ସ ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ