ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ସୂଚନା ଦେଇଛନ୍ତି । ମତ୍ସ୍ୟ ସେବା କ୍ୟାଡରର ପୁନର୍ଗଠନ ସହ ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ୫୦୦ କୋଟି ଟଙ୍କାର ନୂଆ ଯୋଜନାକୁ ମଧ୍ୟ ଅନୁମୋଦନ ମିଳିଛି ।

ବର୍ତ୍ତମାନ ରାଜ୍ୟରେ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ ହେଉଛି। ୨୦୪୭ ସୁଦ୍ଧା ଏହାକୁ ୫୧ ଲକ୍ଷ ମେଟ୍ରିକ୍ ଟନ୍‌କୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗରେ ଅଧିକ ପଦବୀ ସୃଷ୍ଟି କରାଯାଇଛି ।

ବିଭାଗରେ ୩୨୯ଟି ଅତିରିକ୍ତ ପଦବୀ ସୃଷ୍ଟି ହେବାରୁ ମୋଟ ପଦବୀ ସଂଖ୍ୟା ୪୪୫ରୁ ବୃଦ୍ଧି ପାଇ ୭୭୪ ହୋଇଛି । ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପଦବୀ ସଂଖ୍ୟା ୧୨୭ରୁ ୨୨୪କୁ ଏବଂ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପଦବୀ ସଂଖ୍ୟା ୩୧୮ରୁ ୫୫୦କୁ ବୃଦ୍ଧି କରାଯାଇଛି । ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକଙ୍କ ବେତନ ସ୍ତର ୪ରୁ ୯କୁ ବୃଦ୍ଧି କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ମତ୍ସ୍ୟ କ୍ଷେତ୍ରରେ କାର୍ଯ୍ୟଦକ୍ଷତା ଓ ନିଯୁକ୍ତି ସୁଯୋଗ ବଢ଼ିବ ବୋଲି ଆଶା କରାଯାଉଛି ।

By Nirvay

Leave a Reply

Your email address will not be published. Required fields are marked *