ଭୁବନେଶ୍ୱର ମହାନଗର ନିଗମ ଅଫିସ ଆଗରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଓ ବିକ୍ଷୋଭ ପ୍ରଦର୍ଶନ କରିଛି ‘ଆମେ ଭୁବନେଶ୍ୱରିଆ’ ସଂଘ। ବିଏମ୍ସି ପକ୍ଷରୁ ଜାରି କରାଯାଇଥିବା ନୋଟିସ୍କୁ ବିରୋଧ କରି ଶହ ଶହ ସ୍ଥାନୀୟ ବାସିନ୍ଦା ଏବଂ ସଂଘର ସଦସ୍ୟମାନେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇ ପ୍ରତିବାଦ ଜଣାଇଛନ୍ତି। ଘରୋଇ ବିଲ୍ଡିଂକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଦର୍ଶାଇ BMC ପକ୍ଷରୁ ପ୍ରାୟ ୫ ହଜାର ଘରକୁ ସିଲ୍ ନୋଟିସ୍ ପଠାଯାଇଛି। ଏହା ଦ୍ୱାରା ସାଧାରଣ ଲୋକଙ୍କ ଜୀବିକା ଏବଂ ନିତ୍ୟଦିନିଆ ସୁବିଧାରେ ବାଧା ସୃଷ୍ଟି ହେଉଥିବାରୁ ଏହି ନୋଟିସ୍କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସଂଘ ଦାବି କରିଛି। Post navigation Odisha Bandh Tomorrow: ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା; ସମର୍ଥନ ଦେବାକୁ ମନା କଲା ବିଜେଡି