ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନ ଏବଂ ଆଇପିଏସ୍ ଅଧିକାରୀ ରବି କାନ୍ତଙ୍କ ବିଦେଶ ଗସ୍ତର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ସେମାନଙ୍କ ବିଦେଶ ଗସ୍ତ ସମ୍ପର୍କରେ ଏହି ତଦନ୍ତ କରାଯିବ । ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏହାର ତଦନ୍ତ କରିବେ । ବିଭିନ୍ନ ସାମାଜିକ କର୍ମୀଙ୍କ ଅଭିଯୋଗ ଅନୁଯାୟୀ, ଏହି ତିନି ଜଣ ଉକ୍ତ ଦୁଇ ଆର୍ଥିକ ବର୍ଷରେ ଅନେକ ଥର ବିଦେଶ ଗସ୍ତ କରିଥିଲେ । ବିଭିନ୍ନ ସୂଚନା ଅଧିକାର (ଆରଟିଆଇ) ଆବେଦନରୁ ମିଳିଥିବା ତଥ୍ୟ ଆଧାରରେ ସେମାନଙ୍କ ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀକୁ ନେଇ ସାମାଜିକ କର୍ମୀମାନେ ପ୍ରଶ୍ନ ଉଠାଇଛନ୍ତି । ଖର୍ଚ୍ଚ ସମ୍ପର୍କିତ ତଥ୍ୟ ସନ୍ଦେହଜନକ, ଅସ୍ୱଚ୍ଛ ଓ ଅସମ୍ପୂର୍ଣ୍ଣ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଥିସହ ଗସ୍ତ ସମ୍ପର୍କିତ ତଥ୍ୟ ଉଦ୍ଦେଶ୍ୟମୂଳକ ଭାବେ ଗୋପନ ରଖାଯାଇଥିବାରୁ ଉପଲବ୍ଧ ତଥ୍ୟ ମଧ୍ୟରେ ତାଳମେଳ ରହୁ ନଥିବା ସେମାନେ କହିଛନ୍ତି । ଏହି ଅଭିଯୋଗଗୁଡ଼ିକର ଯାଞ୍ଚ କରି ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । Post navigation Odisha to Set Up Cyber Command Centre: ୨୫୦ କୋଟି ଟଙ୍କାରେ ଗଠିତ ହେବ ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର पीएम मोदी ने बिहार में छह लेन वाले नीतीश सेतु का उद्घाटन किया