Odisha CM

ରାଜ୍ୟରେ ସାଇବର ଅପରାଧ, ଆର୍ଥିକ ଠକେଇ ଏବଂ ଏହା ସହିତ ମହିଳା ଓ ଶିଶୁମାନଙ୍କ ବିରୁଦ୍ଧରେ ହେଉଥିବା ସାଇବର ଅତ୍ୟାଚାରକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ ପଦକ୍ଷେପ ନେଇ ‘ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର’ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ୨୪୯.୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ସାଇବର ଅପରାଧକୁ ଚିହ୍ନଟ କରିବା, ରୋକିବା ଏବଂ ବିଭିନ୍ନ ପ୍ରକାର ସାଇବର ଠକେଇ ଓ ସାଇବର ବିପଦର ନିୟନ୍ତ୍ରଣ ପାଇଁ ତଦନ୍ତ କରିବା କ୍ଷେତ୍ରରେ ଏହି କମାଣ୍ଡ ସେଣ୍ଟର ଏକ ବିଶେଷଜ୍ଞ ସଂସ୍ଥା ଭାବେ କାର୍ଯ୍ୟ କରିବ ।

ଏହାର ମୁଖ୍ୟତଃ ୪ଟି ମୁଖ୍ୟ ଶାଖା ରହିବ । ଏହି ଶାଖା ଗୁଡିକ ହେଉଛି- ସାଇବର କ୍ରାଇମ ହେଡକ୍ୱାର୍ଟର୍ସ, ଷ୍ଟେଟ ସାଇବର କ୍ରାଇମ ପୋଲିସ ଷ୍ଟେସନ, ସାଇବର ରିସୋର୍ସ ସେଣ୍ଟର ଏବଂ AI ପ୍ରେଡିକ୍ଟିଭ୍ ପୋଲିସିଙ୍ଗ୍ ଆଣ୍ଡ ଡାଟା ଆନାଲିଟିକ୍ସ ସେଣ୍ଟର (AI Predictive Policing & Data Analytics Centre) ।

By Nirvay

Leave a Reply

Your email address will not be published. Required fields are marked *