Woman Police SI Found Dead at Government Quarters in Ganjam’s Purushottampur
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସରକାରୀ ବାସଭବନରୁ ଜଣେ ସବ୍‌-ଇନ୍ସପେକ୍ଟର (SI)ଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ପରି ଲାଗୁଥିବା ବେଳେ ତଦନ୍ତ ଶେଷ ହେବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଏସ୍‌ପି କହିଛନ୍ତି ।
 
ଏସ୍‌ପିଙ୍କ ସୂଚନା ଅନୁଯାୟୀ, SI ପ୍ରଭାସିନୀ ସାହୁ ପୂର୍ବରୁ ଶିକ୍ଷକତା କରୁଥିଲେ । ଶିକ୍ଷକତା ଛାଡ଼ି ସେ ନିକଟରେ ପୋଲିସ ବିଭାଗରେ ଯୋଗ ଦେଇଥିଲେ ।
 
ସେ ୨୦୨୪ ବ୍ୟାଚ୍‌ର SI ହୋଇଥିବା ବେଳେ ଏହା ପୂର୍ବରୁ ଭୁବନେଶ୍ୱର କମିଶନରେଟ୍‌ ପୋଲିସରେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ଅଞ୍ଚଳରେ । ଟ୍ରେନିଂ ଶେଷ ହେବା ପରେ ଗତ ସେପ୍ଟେମ୍ବରରେ ତାଙ୍କୁ ପ୍ରଥମ ପୋଷ୍ଟିଂ ମିଳିଥିଲା । ତେବେ ତାଙ୍କର କୌଣସି ସମସ୍ୟା ଥିବା ନେଇ ସେ କେବେ ମଧ୍ୟ ଜଣାଇ ନଥିଲେ ବୋଲି ଏସ୍‌ପି କହିଛନ୍ତି ।
 
ଅନ୍ୟପଟେ ଘଟଣା ସମ୍ପର୍କରେ ମୃତ SIଙ୍କ ବାପଘର ଓ ଶାଶୁଘର ଲୋକଙ୍କୁ ସୂଚନା ଦିଆଯାଇଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ କ୍ୱାର୍ଟର୍ସର କବାଟ ଖୋଲାଯାଇ ତଦନ୍ତ ଆରମ୍ଭ କରାଯିବ । ତଦନ୍ତ ପରେ ମୃତ୍ୟୁର କାରଣ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

By Nirvay

Leave a Reply

Your email address will not be published. Required fields are marked *