ଚଳିତ ବର୍ଷର ଐତିହାସିକ କଟକ ବାଲିଯାତ୍ରାକୁ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥର ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି । ଏ ନେଇ ଆଜି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ। ସେ କହିଛନ୍ତି ଚଳିତ ବର୍ଷ ନଭେମ୍ବର ୨୪ ରୁ ଡିସେମ୍ବର ୧ ଯାଏଁ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ସରକାରଙ୍କ ପକ୍ଷରୁ ଅନୁମତି ମିଳିଲେ ଉଭୟ ପଡ଼ିଆରେ ଚଳିତବର୍ଷ ବାଲିଯାତ୍ରା ଆୟୋଜିତ ହେବ । ଏଥି ସହିତ ଏହି ଉତ୍ସବରେ ଯୋଗ ଦେବା ପାଇଁ ଉଭୟ ବଲିଉଡ୍ ଏବଂ ଓଲିଉଡ୍ କଳାକାରଙ୍କୁ ନିମନ୍ତ୍ରଣ କରାଯିବ । Post navigation Seva Sankalp Abhiyan: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ‘ସେବା ସଂକଳ୍ପ ଅଭିଯାନ’ ବୈଠକ ଆରମ୍ଭ Devastating Flash Flood in Bhote Koshi River in Nepal Claims 8 Lives, Dozens Missing