କେନ୍ଦୁଝର ଜିଲ୍ଲାସ୍ଥିତ ବଡ଼ବିଲ ଡିଗ୍ରୀ କଲେଜର ଛାତ୍ରସଂସଦ ନିର୍ବାଚନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଶୁଣାଇଛନ୍ତି। କଲେଜର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ହୋଇଥିବା ଛାତ୍ରସଂସଦ ନିର୍ବାଚନର ଫଳାଫଳ ପ୍ରକାଶ ଉପରେ ମାନ୍ୟବର ଅଦାଲତ ସ୍ଥଗିତାଦେଶ ଜାରି କରିଛନ୍ତି।

ଏହି ମାମଲାରେ ଛୋଟୁ ପ୍ରସାଦ ନାମକ ଜଣେ ବ୍ୟକ୍ତି ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ ଫଟୋଗ୍ରାଫ୍ ଓ ଆବଶ୍ୟକୀୟ ପତ୍ର ସହ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କ ଏହି ମାମଲାର ଜରୁରୀ ଶୁଣାଣି କରିଥିଲେ। ଏଥି ସହିତ ଆସନ୍ତା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେଉଥିବା ସପ୍ତାହରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।

Leave a Reply

Your email address will not be published. Required fields are marked *