ରାଜ୍ୟରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି। ନିର୍ବାଚନକୁ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ବ୍ୟାପକ ସର୍ଭେ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ନିର୍ବାଚନ କମିଶନରଙ୍କ ସୂଚନା ଅନୁଯାୟୀ, ‘ଘରକୁ ଘର’ ସର୍ଭେ କରି ଏକ ସମ୍ପୂର୍ଣ୍ଣ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏହି ସର୍ଭେ ପ୍ରକ୍ରିୟା ଆସନ୍ତା ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନ ଜରିଆରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ବାଚନ ସମ୍ପୃକ୍ତ କର୍ମଚାରୀମାନେ ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚି ନୂତନ ଭୋଟରଙ୍କ ନାମ ସାମିଲ କରିବା, ସ୍ଥାନାନ୍ତରିତ କିମ୍ବା ମୃତ ବ୍ୟକ୍ତିଙ୍କ ନାମ ବାଦ୍ ଦେବା ଏବଂ ଅନ୍ୟାନ୍ୟ ଜରୁରୀ ସଂଶୋଧନ କାର୍ଯ୍ୟ ସମ୍ପାଦନ କରିବେ। ଏହାଦ୍ୱାରା ଏକ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରକାଶ ପାଇପାରିବ, ଯାହା ଭବିଷ୍ୟତ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ ଓ ଗ୍ରହଣୀୟ କରିବ। ରାଜ୍ୟ ନିର୍ବାଚନ କମିଶନ ସମସ୍ତ ନାଗରିକଙ୍କୁ ଏହି ସର୍ଭେ ସମୟରେ ପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରିଛନ୍ତି। Post navigation Badabil Degree College Elections: ବଡ଼ବିଲ ଡିଗ୍ରୀ କଲେଜ ଛାତ୍ରସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ରୋକ୍ 12 अक्टूबर को सुप्रीम कोर्ट तक मार्च पर राहुल गांधी को नोटिस