ରାଜ୍ୟକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ବ୍ୟାପକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ମୋଟ ୪ କୋଟି ୬୨ ଲକ୍ଷ ଟଙ୍କାର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଇଛି । ଏହି ଅଭିଯାନ ସ୍କୁଲରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ବ୍ୟାପିବ। ରାଜ୍ୟର ୧୫୦ଟି ସ୍କୁଲ ଓ କଲେଜରେ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିପାଇଁ ସଚେତନତା, ମାରାଥନ, ୱାକାଥନ ଓ ସାଇକେଲ ରାଲି ଭଳି କାର୍ଯ୍ୟକ୍ରମ ହେବ । ସଚେତନତା ପାଇଁ ୧ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ କରିବାକୁ ପ୍ରସ୍ତାବ ରହିଛି।ରାଜ୍ୟର ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ କରାଯିବା ସହ ସମସ୍ତ ବ୍ଲକରେ ଆଣ୍ଟି-ଡ୍ରଗ୍ କମିଟି ବୈଠକ ଅନୁଷ୍ଠିତ ହେବ । ଏହା ବ୍ୟତୀତ ୩୦୦ଟି ପଞ୍ଚାୟତରେ ନିଶାମୁକ୍ତ ସଚେତନତା ଅଭିଯାନ ଚଳାଯିବ।ଯୁବର୍ଗଙ୍କୁ ସାମିଲ କରିବା ପାଇଁ ପ୍ରତି ଜିଲ୍ଲାରେ ୫୦ ଜଣ ‘ନଶା ମୁକ୍ତ ମିତ୍ର’ଙ୍କୁ ନେଇ ସଚେତନତା କାର୍ଯ୍ୟ ହେବ । ଏଥିସହ ୭୬.୪୦ ଲକ୍ଷ ଟଙ୍କା ବ୍ୟୟରେ ୧,୫୦୦ ସ୍ୱେଚ୍ଛାସେବୀଙ୍କୁ ମୋବିଲାଇଜ୍ କରି ତୃଣମୂଳ ସ୍ତରରେ ପ୍ରଚାର କରାଯିବ । ନିଶା ବିରୋଧରେ ଜନଜାଗରଣ ସୃଷ୍ଟି କରି ଓଡ଼ିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ହେଉଛି ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ବୋଲି SSEPD ପକ୍ଷରୁ କୁହାଯାଇଛି । Post navigation Iran attacks Cyprus Ship in Strait of Hormuz, Indian Sailor Missing: MEA condemns Strike