ଶ୍ରୀକ୍ଷେତ୍ର ପୁରୀର ସାର୍ବଙ୍ଗୀନ ବିକାଶ, ଜଗନ୍ନାଥ ସଂସ୍କୃତିର ପ୍ରସାର ଏବଂ ଶ୍ରୀମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପୂର୍ବରୁ ପ୍ରଚଳିତ ‘ଅବଢ଼ା’ ଯୋଜନା ଭଳି ପୁରୀ ପାଇଁ ଆଉ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ରାଜ୍ୟ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି।

ଏହି ନୂତନ ଯୋଜନା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ଆବଶ୍ୟକୀୟ ପ୍ରଶାସନିକ ପ୍ରକ୍ରିୟା ଅତି ଶୀଘ୍ର ଆରମ୍ଭ ହୋଇସାରିଛି। ଶ୍ରୀକ୍ଷେତ୍ରର ଐତିହ୍ୟକୁ ଅକ୍ଷୁର୍ଣ୍ଣ ରଖିବା ସହ ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ିତୋଳିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ। ଏହାଦ୍ୱାରା ଶ୍ରୀମନ୍ଦିରର ପାରିପାର୍ଶ୍ୱିକ ଉନ୍ନତି ହେବା ସହ ଜଗନ୍ନାଥ ସଂସ୍କୃତିର ପ୍ରଚାର-ପ୍ରସାର ଆହୁରି ବ୍ୟାପକ ହୋଇପାରିବ।

ସରକାରଙ୍କ ଏହି ପଦକ୍ଷେପ ଫଳରେ ପୁରୀକୁ ଆସୁଥିବା ଦେଶ-ବିଦେଶର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଅଧିକରୁ ଅଧିକ ସୁବିଧା ସୁଯୋଗ ମିଳିପାରିବ, ଯାହା ଆଗାମୀ ଦିନରେ ଭକ୍ତଙ୍କ ଆଗମନକୁ ଆହୁରି ବୃଦ୍ଧି କରିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *