ବିଳମ୍ବିତ ରାତିରେ ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ବଡ଼ ଖବରର ରିପୋର୍ଟର ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଛନ୍ତି ୪ ଯୁବକ । ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି । ଗତକାଲି ରାତି ୧୨ ଟାରେ ଭିଏସଏସ ନଗର ଗାଡ଼କଣ ନିକଟରେ ଏଭଳି କାଣ୍ଡ ଘଟିଛି ।

ଜ୍ୟୋତିରଞ୍ଜନ ରାତିରେ ଭୁବନେଶ୍ୱରରୁ ତାଙ୍କର ଜଣେ ସାଙ୍ଗଙ୍କ ସହ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତ ମାନେ ଆକ୍ରମଣ କରିଛନ୍ତି । ଜ୍ୟୋତିରଞ୍ଜନ ରସୁଲଗଡରୁ ଏକ ବାଇକରେ ଭିଏସଏସ ନଗର ଦେଇ ଯାଉଥିବା ବେଳେ ୪ ଜଣ ଯୁବକ ଦୁଇଟି ବାଇକରେ ତାଙ୍କୁ ପିଛା କରିଥିଲେ । ପରେ ଅଶ୍ମୀଳ ଭାଷାରେ ଗାଳିଗୁଲଜ କରିବା ସହ ଗାଡି ରଖିବାକୁ କହିଥିଲେ । ହେଲେ ଜୋତିରଞ୍ଜନ ବାଇକ ନରଖିବାରୁ ସେମାନେ ତାଙ୍କୁ ଧକ୍କା ଦେଇ ତଳେ ପକାଇ ଦେଇଥଲେ । ପରେ ଖଣ୍ଡାରେ ଆକ୍ରମଣ କରିଥିଲେ । ହେଲେ ସ୍ଥାନୀୟ ଲୋକ ଆସିବାରୁ ଦୁର୍ବୃତ୍ତମାନେ ପଳାଇଥିଲେ । ପରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ନେଇଥିଲେ । ତାଙ୍କ ମୁଣ୍ଡରେ ୫ ଟି ଷ୍ଟିଜ ପଡିଛି । ଏନେଇ ଜ୍ୟୋତିରଞ୍ଜନ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ ଏହି ଘଟଣା ପରେ ସାମ୍ବାଦିକଙ୍କ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ କେଉଁଥିପାଇଁ ସେମାନେ ଏଭଳି ଆକ୍ରମଣ କରିଛନ୍ତି ସେନେଇ କିଛି ଜାଣିନଥିବା କହିଛନ୍ତି ଜ୍ୟୋତିରଞ୍ଜନ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *