ଭୁବନେଶ୍ବର: ବରିଷ୍ଠ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ ଘଟିଛି। ଭୁବନେଶ୍ବରରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ ସାତକଡ଼ି ହୋତା। ସେ ଶେଷ ସମୟ ପର୍ଯ୍ୟନ୍ତ ‘ସମୟ’ ର ମୁଖ୍ୟ ସମ୍ପାଦକ ଥିଲେ ।

୧୯୨୯ ମସିହାରେ ମୟୁରଭଞ୍ଜର ଜଗନ୍ନାଥଖୁଣ୍ଟାରେ ସେ ଜନ୍ମଗ୍ରହଣ କରିଥିଲେ। ଶତାଧିକ ପୁସ୍ତକର ସେ ରଚୟିତା ଥିଲେ। ବ୍ୟାକୁଳ ହୃଦୟ , ସ୍ବପ୍ନ ଶିଉଳି , ଏତେ ସ୍ବପ୍ନ ଏତେ ଆଲୋକ, ଅନେକ ଦିଗନ୍ତର ସେ ରଚୟିତା ଥିଲେ। ସାମ୍ବାଦିକତା କ୍ଷେତ୍ରରେ ବି ସେ ନିଜ ଛାପ ଛାଡିଯାଇଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *