ଭୁବନେଶ୍ୱର: ଖଲ୍ଲିକୋଟ ରାଜ ପରିବାରର ଶେଷ ଦାୟାଦ ରାଣୀସାହେବା ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାର ଦେଓଙ୍କ ପାର୍ଥିବ ଶରୀର ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛି। ଚେନ୍ନାଇରୁ ସ୍ବତନ୍ତ୍ର ବିମାନ ଯୋଗେ ତାଙ୍କର ପାର୍ଥିବ ଶରୀର ଭୁବନେଶ୍ୱର ଆସିବା ପରେ ବିଜେଡି କାର୍ଯ୍ୟାଳୟ ଶଙ୍ଖଭବନକୁ ନିଆଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭିନ୍ନ ମନ୍ତ୍ରୀ ଓ ବିଜେଡି ନେତା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଆସନ୍ତାକାଲି ତାଙ୍କ ପାର୍ଥିବ ଶରୀରକୁ ଖଲ୍ଲିକୋଟ ନିଆଯିବ ଓ ଜନତାଙ୍କ ଶେଷ ଦର୍ଶନ ପରେ ଶେଷକୃତ୍ୟ ସମ୍ପନ୍ନ ହେବ ।

ସୂଚନା ଯୋଗ୍ୟ ଯେ 87 ବର୍ଷ ବୟସରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା । ଗତ କିଛି ଦିନ ହେବ ସ୍ୱାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।

ସାମାଜିକ ଗଣମାଧ୍ୟମ’ଏକ୍ସ’ରେ ରାଜ୍ୟପାଳ ରଘୁବର ଦାସ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗ ଓ ଅନୁଗାମୀଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *