ଏକ ଦୁଃଖଦ ଘଟଣାରେ, ଶୁକ୍ରବାର ଦିନ ଲୁଗା ଦୋକାନରେ ନିଆଁ ଲାଗିବା ପରେ ଜଟଣୀର ଜଣେ ଦୋକାନୀ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ  କରିଥିବା ସୂଚନା ମିଳିଛି।ଅପରାହ୍ନରେ ଜଟଣୀ ର ରାଜା ବଜାରରେ ଏହି ଘଟଣା ଘଟିଥିଲା।
ମୃତକ ବ୍ଯବସାୟୀ ଙ୍କ ନାମ ସୂର୍ଯ୍ଯ ମହାପାତ୍ର ବୋଲି ଜଣାପଡ଼ିଛି।
ସୂତ୍ରରୁ ପ୍ରକାଶ ଯେ ରାଜା ବଜାରର ଏକ ରେଡିମେଡ ପୋଷାକ ଦୋକାନରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଏହା ପରେ, ଦୋକାନ ମାଲିକ ନିଜ ଉଦ୍ଯମରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ଏବଂ ପରେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ତେବେ ସେ ଗୁରୁତର ଭାବେ ପୋଡ଼ି ହୋଇ ଆହତ ହୋଇଥିଲେ।

ଖବର ପାଇ ଅଗ୍ନିଶମ ସେବା କର୍ମଚାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମାଲିକଙ୍କୁ ଉଦ୍ଧାର କରିବା ସହ ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଥିଲେ। ଏହି ସମୟରେ, ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ପୀଡ଼ିତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଇଥିଲା, ଯିଏକି ଚିକତ୍ସାସମୟରେ ମୃତ୍ୟବରଣ କରିଥିଲେ ବୋଲି ସୂତ୍ରରୁ ପ୍ରକାଶ।

By Nirvay

Leave a Reply

Your email address will not be published. Required fields are marked *