ଗଣଶିକ୍ଷା ମନ୍ତ୍ରୀଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଇ ଅଡୁଆରେ ଏକ ଗଣମାଧ୍ୟମର ମୁଖ୍ୟ ସମ୍ପାଦକ । ଫୋକସ ପ୍ଲସର ମୁଖ୍ୟ ସମ୍ପାଦକଙ୍କ ସୁଧାଂଶୁ ରାଉତଙ୍କ ନାମରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମର୍ଥକ।

ଅଭିଯୋଗ ଅନୁଯାୟୀ କିଛି ଦିନ ପୂର୍ବରୁ ଏକ ଆଲୋଚନା ଚକ୍ରରେ ଉକ୍ତ ଚ୍ୟାନେଲ୍ ର ସମ୍ପାଦକ ଜଣକ ଯୋଗଦେଇ ମନ୍ତ୍ରୀଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିଲେ। ଗଣଶିକ୍ଷାମନ୍ତ୍ରୀ ବହି ବିଭ୍ରାଟ ଖବର ପ୍ରସାରଣ ନ କରିବା ପାଇଁ ସୁଧାଂଶୁ ରାଉତଙ୍କୁ ୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ମିଥ୍ୟା ବୟାନ ଦେଇଥିବାରୁ ଥାନାର ଦ୍ୱାରସ୍ଥ ହୋଇଛି ବିଜେପି।

 

Leave a Reply

Your email address will not be published. Required fields are marked *