ବଲାଙ୍ଗୀରରେ ଏକ ବଡ଼ ରେଳ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି। ପୁରୁଣାକଟକ-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସର ଇଞ୍ଜିନ୍‌ଟି ବଗିରୁ ଅଲଗା ହୋଇ ଆଗକୁ ପଳାଇଥିବା ଦେଖିବାକୁ ମିଳିଛି। ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀ ଅସୁବିଧାରେ ପଡ଼ିନାହାନ୍ତି ଓ ସମସ୍ତେ ସୁରକ୍ଷିତ ଅଛନ୍ତି।

ସୂଚନା ଅନୁସାରେ, ଟ୍ରେନ୍‌ଟି ବଲାଙ୍ଗୀର ଷ୍ଟେସନ୍‌ରୁ ଛାଡ଼ିବା ପରେ ସୁଦପଡ଼ା ରେଳୱେ ଫାଟକ ନିକଟରେ ଅଚାନକ ଇଞ୍ଜିନ୍‌ଟି ବଗିରୁ କପଲିଂ ଛିଣ୍ଡି ଅଲଗା ହୋଇଯାଇଥିଲା। ବଗିଗୁଡ଼ିକ ପଛରେ ରହିଯାଇଥିବା ବେଳେ ଇଞ୍ଜିନ୍‌ଟି ଏକାକୀ ଆଗକୁ ପଳାଇଥିଲା। ଏହା ଦେଖି ଯାତ୍ରୀମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଓ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା।

ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପ୍ରାୟ ୩୦ ମିନିଟ୍ ପରେ ଇଞ୍ଜିନ୍‌ଟି ପଛକୁ ଫେରି ଟ୍ରେନ୍ ଚାଳକ ବଗିଗୁଡ଼ିକୁ ପୁନର୍ବାର ଯୋଡ଼ିଥିଲା। ସବୁକିଛି ସ୍ୱାଭାବିକ ହେବା ପରେ ଟ୍ରେନ୍‌ଟି ଭୁବନେଶ୍ୱର ଅଭିମୁଖେ ନିଜର ଯାତ୍ରା ପୁନର୍ବାର ଆରମ୍ଭ କରିଥିଲା। ରେଳ ବିଭାଗ ପକ୍ଷରୁ ଏହି ଯାନ୍ତ୍ରିକ ତ୍ରୁଟିର କାରଣ ସମ୍ପର୍କରେ ଯାଞ୍ଚ କରାଯାଉଛି।

Leave a Reply

Your email address will not be published. Required fields are marked *