ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ କମିଶନରେଟ୍ ପୋଲିସ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ “ବସ୍ତିକୁ ଚାଲ” ର ଶୁଭାରମ୍ଭ କରାଯାଇଛି। ସାଧାରଣ ଜନତାଙ୍କ ସହ ସମ୍ପର୍କକୁ ଅଧିକ ନିବିଡ଼ ଓ ସୁଦୃଢ଼ କରିବା ସହିତ ପୋଲିସ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଆସ୍ଥା ଓ ବିଶ୍ୱାସ ବୃଦ୍ଧି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବସ୍ତି ଅଞ୍ଚଳଗୁଡ଼ିକରେ କମ୍ୟୁନିଟି ପୋଲିସିଂ ବ୍ୟବସ୍ଥାକୁ ସକ୍ରିୟ କରାଯିବ। ବସ୍ତିବାସିନ୍ଦାଙ୍କ ବିଭିନ୍ନ ସମସ୍ୟା, ସୁରକ୍ଷା ଓ ଶାନ୍ତି-ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ପୋଲିସ ଏବଂ ଜନସାଧାରଣ ମିଳିମିଶି କାର୍ଯ୍ୟ କରିବେ। Post navigation Power Utility Employees Strike: ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନ: ରାଜ୍ୟରେ ଏସମା କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ Baragada Dhanu Jatra: ଜାନୁଆରୀ ୧୨ ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବରଗଡ଼ ଧନୁଯାତ୍ରା