ଆଜି ରାଜ୍ୟ ବିଜେପି ପଦାଧିକାରୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିଜେପି ମୁଖ୍ୟାଳୟରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହି ବୈଠକରେ ରାଜ୍ୟ ସଭାପତିଙ୍କ ସମେତ ଜାତୀୟ ଓ ସଂଗଠନ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।

ବୈଠକରେ ଦଳର ସାଂଗଠନିକ ସ୍ଥିତି ଏବଂ ଆଗାମୀ ଦିନର ଏହି ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟ ସଭାପତିଙ୍କ ସମେତ ରାଷ୍ଟ୍ରୀୟ ସ୍ତରର ନେତୃବୃନ୍ଦ ଓ ସଂଗଠନ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। ତୃଣମୂଳ ସ୍ତରରେ ଦଳର ସାଂଗଠନିକ ସ୍ଥିତିକୁ ଆହୁରି ସଶକ୍ତ କରିବା ଏବଂ ଆଗାମୀ ଦିନରେ ଦଳ କେଉଁ ଦିଗରେ ଆଗେଇବ, ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହେବ। ବିଶେଷ କରି ସରକାରୀ ଯୋଜନାଗୁଡ଼ିକର ପ୍ରଭାବ, କର୍ମୀଙ୍କ ସକ୍ରିୟତା ଏବଂ ଆଗାମୀ ରାଜନୈତିକ ଆହ୍ୱାନର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରାଯିବା ନେଇ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *