ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ରଥାରୂଢ ମହାବାହୁକୁ ଦେଖିବା ପାଇଁ ଆତୁର ନୟନରେ ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଏହି ଅବସରରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ସିଂହଦ୍ୱାର ଠାରେ ଟଙ୍କ ତୋରାଣି ବଣ୍ଟନ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି।

ସେ ନିଜେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀଜିଉଙ୍କର ପ୍ରିୟ ପାନୀୟ ‘ଟଙ୍କ ତୋରାଣି’ ବଣ୍ଟନ କରିଛନ୍ତି । ତାଙ୍କ ସହ ପୁରୀ ସାଂସଦ ସମ୍ବିତ ପାତ୍ର ଉପସ୍ଥିତ ମଧ୍ୟ ରହିଛନ୍ତି ।

Leave a Reply

Your email address will not be published. Required fields are marked *