ଗଜପତିଙ୍କୁ ସମର୍ଥନ ଜଣାଇଲା ବେଙ୍ଗାଲୁରୁ ଗ୍ରୁପ୍‌ । ପୁରୀ ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ରଥଯାତ୍ରା ପାଳନ କରିବାକୁ ଗଜପତି ମହାରାଜାଙ୍କୁ ଚିଠି ଲେଖି ଅବଗତ କଲେ ବେଙ୍ଗାଳୁରୁ ଶାଖା ।

ବେଙ୍ଗାଲୁରୁ ଇସ୍କନର ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ମଧୁ ପଣ୍ଡିତ ଦାସ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି

ସେ ଚିଠିରେ ସ୍ପଷ୍ଟ କରିଛନ୍ତି ଯେ, ବେଙ୍ଗାଲୁରୁ ଇସ୍କନ, ପଶ୍ଚିମବଙ୍ଗର ମାୟାପୁରରେ ମୁଖ୍ୟାଳୟ ଥିବା ଅନ୍ୟ ଇସ୍କନ ସଂଗଠନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ସ୍ୱାଧୀନ । ମାୟାପୁର ଇସ୍କନ ପ୍ରତିଷ୍ଠାନ ମୁମ୍ବାଇରେ ପଞ୍ଜୀକୃତ ହୋଇଥିବା ବେଳେ ବେଙ୍ଗାଲୁରୁ ଇସ୍କନ ସୋସାଇଟି କର୍ଣ୍ଣାଟକରେ ପଞ୍ଜୀକୃତ ଅଟେ । ସେଥିପାଇଁ ମାୟାପୁର ଇସ୍କନ କମିଟି ମୁମ୍ବାଇ ଦ୍ୱାରା ପରିଚାଳିତ, ଯେଉଁଠାରେ ବିଦେଶୀ ଭକ୍ତଙ୍କ ସଂଖ୍ୟା ଅଧିକ । କିନ୍ତୁ କର୍ଣ୍ଣାଟକ ଇସ୍କନ ପୁରୀ ଶ୍ରୀମନ୍ଦିରର ରୀତିନୀତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ।

Leave a Reply

Your email address will not be published. Required fields are marked *