ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଦୀର୍ଘ ୧୪ ଦିନ ପରେ ମହାପ୍ରଭୁଙ୍କୁ ଦେଖିବାର ଭକ୍ତଙ୍କୁ ସୁଯୋଗ ମିଳିବ । ମହାପ୍ରଭୁଙ୍କ ଅଣସର ଶେଷ ହୋଇଛି। ସୁସ୍ଥ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ।

ଶ୍ରୀଜଗନ୍ନାଥ ମନ୍ଦିର ନୀତି ନିର୍ଘଣ୍ଟ ମୁତାବକ ଆଜି ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ସକାଳ ୯ଟାରେ, ବନକଲାଗି ସକାଳ ୯ଟାରୁ ୧୨ଟା ଭିତରେ, ଶ୍ରୀସୁଦର୍ଶନ ଦେବ ବୁଣାଟ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ, ମଙ୍ଗଳ ଆଳତି ଦିନ ସାଢ଼େ ୧୨ଟା, ଅବକାଶ ଦିନ ୧ଟା ୧୫, ଦଶବତାର ଠାକୁରଙ୍କ ବାହୁଡ଼ା ବିଜେ ଦିନ ସାଢ଼େ ୧ଟା, ତାଟି ଫିଟିବା ଦିନ ୨ଟା ସୁଦ୍ଧା ହେବ ।

ଶ୍ରୀଜିଉମାନଙ୍କ ଦର୍ଶନ ସାଢ଼େ ୨ଟାରୁ ଆରମ୍ଭ ହେବ । ପ୍ରଥମେ ପାରମାଣିକ ଦର୍ଶନ (ଭିତର କାଠ ଠାରୁ) ଦିନ ସାଢ଼େ ୩ଟା ପର୍ଯ୍ୟନ୍ତ ଓ ପରେ ସର୍ବସାଧାରଣ ଦର୍ଶନ (ଭିତର କାଠା ଠାରୁ) ସାଢ଼େ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଚାଲିବ । ନେତ୍ରୋତ୍ସବ ବନ୍ଦାପନା ସନ୍ଧ୍ୟା ସାଢ଼େ ୬ଟାରେ, ଗୋପାଳବଲ୍ଲଭ ଓ ସକାଳ ଧୂପ ରାତି ୯ଟା, ଭୋଗମଣ୍ଡପ ରାତି ସାଢ଼େ ୧୦ଟା ସୁଦ୍ଧା, ମଧ୍ୟାହ୍ନ ଧୂପ ରାତି ସାଢ଼େ ୧୨ଟା ସୁଦ୍ଧା, ସନ୍ଧ୍ୟା ଆଳତି ରାତି ୨ଟା ୧୦, ଦତ୍ତ ମହାପାତ୍ର ସେବକ ବନକ ଲାଗିକୁ ପ୍ରବେଶ ରାତି ୪ଟାରେ ହେବ । ବୁଧବାର ଉଭାଯାତ୍ରା ଥିବାରୁ ରଥଯାତ୍ରା ପ୍ରସ୍ତୁତି ପାଇଁ ପ୍ରଶାସନକୁ ଅଧିକ ସମୟ ମିଳିବ। ଗୁରୁବାର ରଥଯାତ୍ରା ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *