ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲି ଥାନା ଅଞ୍ଚଳରେ ଆଜି ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ ହୋଇଛି । ଡକାୟତି ଯୋଜନା ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା । ବ୍ରଜରାଜନଗର ଗାନ୍ଧିଛକ ଅଞ୍ଚଳର ବାସିନ୍ଦା ଜୟ ଚୌହାନ ବିଭିନ୍ନ ସଙ୍ଗୀନ ଅପରାଧରେ ସମ୍ପୃକ୍ତ । ତା’ ନାଁରେ ୧୦ରୁ ଅଧିକ ସଙ୍ଗୀନ ମାମଲା ରହିଛି । ପୋଲିସ ଚଢ଼ାଉ ବେଳେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଏଥିରେ ଜୟ ଚୌହାନର ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତା’ର ଅନ୍ୟ ସହଯୋଗୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।ଏହି ଏନ୍କାଉଣ୍ଟର ସମ୍ପର୍କରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ସୂଚନା ଦେଇଛନ୍ତି । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । Post navigation BJD Announces New Team for Cuttack: କଟକ ପାଇଁ ନୂଆ ଟିମ୍ ଘୋଷଣା କଲା ବିଜେଡି SIR process begins across Odisha, BLOs to conduct Door-to-Door Verification