କଟକ ପାଇଁ ନୂଆ ଟିମ୍ ଘୋଷଣା କଲା ବିଜୁ ଜନତା ଦଳ ।ବିଜୁ ଜନତା ଦଳ (BJD) ସାଂଗଠନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ କରିଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳର କଟକ ସହର ୟୁନିଟ୍କୁ ଏକ ନୂତନ ସାଂଗଠନିକ ଜିଲ୍ଲା ଭାବେ ଘୋଷଣା କରାଯାଇଛି। ଏହି ନୂଆ ସାଂଗଠନିକ ଜିଲ୍ଲାର ନାମ “କଟକ ମହାନଗର” ରଖାଯାଇଛି। କଟକ ମହାନଗର ନିଗମ (CMC) ର ସୀମା ହିଁ ଏହି ନୂତନ ସାଂଗଠନିକ ଜିଲ୍ଲାର କାର୍ଯ୍ୟକ୍ଷେତ୍ର ହେବ। ଏହି ସାଂଗଠନିକ ଜିଲ୍ଲାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଦଳ ପକ୍ଷରୁ ନୂତନ କର୍ମକର୍ତ୍ତାଙ୍କ ନାମ ମଧ୍ୟ ମଞ୍ଜୁର କରାଯାଇଛି। ସ୍ବଦେଶ ଦାଶଙ୍କୁ କଟକ ବିଜେଡିର ସଭାପତି ଦାୟିତ୍ୱ ମିଳିଥିବା ବେଳେ ଜୟଦେବ ଜେନା ଓ ସଞ୍ଜୟ ବରାଳ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । Post navigation Odisha Govt Honours Para Archer Payal Nag: ଓଡ଼ିଶାର ଗର୍ବ ପାୟଲ ନାଗ: ବିଶ୍ୱ ମଞ୍ଚରେ ସଫଳତା ପାଇଁ ସରକାରଙ୍କ ଦ୍ୱାରା ସମ୍ବର୍ଦ୍ଧିତ