ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ପଞ୍ଚମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡ଼. ଏନ. ତିରୁମାଲା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ବୈଠକରେ ରାଜ୍ୟର ୨୩ଟି ଜିଲ୍ଲାରେ ୭.୨୯ କୋଟି ଟଙ୍କା ବ୍ୟୟରେ ୬୦୯ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଉନ୍ନତି, ଶିକ୍ଷାର ଗୁଣବତ୍ତା ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାବଶ୍ୟକ ସୁବିଧା ଯୋଗାଇବା ଦିଗରେ କାର୍ଯ୍ୟକାରୀ ହେବ । ସଚିବ ନାୟକ କହିଛନ୍ତି ଯେ ପଞ୍ଚସଖା ଶିକ୍ଷା ସେତୁ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀମାନେ ତାଙ୍କ ବିଦ୍ୟାଳୟର ବିକାଶରେ ସକ୍ରିୟ ଭାଗ ନେଉଛନ୍ତି । ଏପର୍ଯ୍ୟନ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ୨.୪୩ କୋଟି ଟଙ୍କାର ଅନୁଦାନ ସଂଗୃହିତ ହୋଇସାରିଛି । ସମ୍ବଲପୁର ଜିଲ୍ଲାର ସର୍ବାଧିକ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ପିଏମ୍ ଶ୍ରୀ ବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ପାଠ ଉପରେ ଶିକ୍ଷକଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦେବା ବିଷୟରେ ଆଲୋଚନା ହୋଇଛି । Post navigation Ratha Jatra 2026: ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ରଥଯାତ୍ରାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିମନ୍ତ୍ରଣ