ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିମନ୍ତ୍ରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମାଜ ଏବଂ ଦେଶ ପାଇଁ ବିଶେଷ ଅବଦାନ ରଖିଥିବା ପଦ୍ମ ବିଜେତା ମାନଙ୍କୁ ମହାପ୍ରଭୁଙ୍କ ଏହି ପବିତ୍ର ଉତ୍ସବରେ ସାମିଲ କରିବା ରାଜ୍ୟ ସରକାରଙ୍କ ପାଇଁ ଗୌରବର ବିଷୟ । ରଥଯାତ୍ରା ଅବସରରେ ପୁରୀରେ ସେମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । Post navigation Vaibhav Sooryavanshi makes India debut in 2nd T20I vs England