କଟକ ଟାଙ୍ଗୀ ଟୋଲଗେଟ୍ ନିକଟରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ଯାଜପୁରରୁ ଭୁବନେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅତିକମରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ‘ଶ୍ରୀ ଗଣେଶ’ ନାମକ ଯାତ୍ରୀବାହୀ ବସ୍ଟି ଯାଜପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଟାଙ୍ଗୀ ଟୋଲଗେଟ୍ ପହଞ୍ଚିବା ପୂର୍ବରୁ ଗାଡ଼ିଟି ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତା କଡ଼କୁ ଖସିପଡ଼ିଥିଲା। ବସ୍ରେ ପାଖାପାଖି ୪୫ ଜଣ ଯାତ୍ରୀ ଥିବା ବେଳେ ଏହି ଅଘଟଣରେ ଅତିକମରେ ୧୦ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ଜଣାପଡିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇଛି।ଦୁର୍ଘଟଣାରେ ଆହତ ହୋଇଥିବା ୧୦ ଜଣ ଯାତ୍ରୀଙ୍କୁ ତୁରନ୍ତ କଟକ SCB ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି। ଦୁର୍ଘଟଣା ଘଟିବା ମାତ୍ରେ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ପୋଲିସ ବସ୍ର କଣ୍ଡକ୍ଟରଙ୍କୁ ଅଟକ ରଖି ପଚରାଉଚୁରା କରୁଛି। Post navigation Govt To Launch Digital Prescription App: ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବାକୁ ଡିଜିଟାଲ୍ ପ୍ରେସ୍କ୍ରିପ୍ସନ୍: ମୁକେଶ ମହାଲିଙ୍ଗ