ଲୋକସଭା ନିର୍ବାଚନ ଟାଳିବା ପାଇଁ ମୋଦୀଙ୍କ ଚାଲ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ତିରୁଅନନ୍ତପୁରମ
କେରଳର ସିପିଆଇ (ଏମ୍‌)ର ବରିଷ୍ଠ ନେତା କେ. ବାଲକି୍ରଷ୍ଣନ ଦେଇଛନ୍ତି ଏକ ବିବାଦୀୟ ବୟାନ । ପାକିସ୍ତାନରେ ବାୟୁସେନାର ଆକ୍ରମଣକୁ ରାଜନୈତିକ ରୂପ ଦେଇଛନ୍ତି ସେ । କହିଛନ୍ତି ଯେ, ଲୋକସଭା ନିର୍ବାଚନକୁ ଘୁଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କରାଇଛନ୍ତି ।
ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ପାକିସ୍ତାନରେ ପଶି ହମ୍‌ଲା କରିବା ଏବଂ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପଛରେ ଭାଜପାର ଚାଲ୍‌ ରହିଛି । ଏହାଦ୍ୱାରା ନିର୍ବାଚନକୁ ଘୁଞ୍ଚାଇ ଦିଆଯିବାର ଯୋଜନା ମଧ୍ୟ ଅଛି । ଭାଜପା ମୁସଲିମ୍‌ ବିରୋଧୀ ଭାବନାକୁ ବଢାଇବା ସହ ଏକ ସାମ୍ପ୍ରଦାୟିକ ମାହୋଲ ସୃଷ୍ଟି କରିବାର ଲକ୍ଷ୍ୟରେ ରହିଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ଏହି ନେତାଜଣଙ୍କ ସେନା ଉପରେ ମଧ୍ୟ ଦେଇଥିଲେ ବିବାଦୀୟ ବୟାନ । ସେ କହିଥିଲେ ଯେ,ସେନାକୁ ଯଦି ସମ୍ପୂର୍ଣ୍ଣ କ୍ଷମତା ଦିଆଯାଏ ତା’ହେଲେ ସେନା କିଛି ବି କରିପାରେ, ଯେକୌଣସି ମହିଳାଙ୍କୁ ବଳାକ୍ରାର କରିପାରେ, ଯେକୌଣସି ବ୍ୟକ୍ତିଙ୍କୁ ଗୁଳିମାରିପାରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*