ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତା । ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା’ ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ ରାଜନାଥ । ସୂଚନା ଅନୁସାରେ, ଦିନ ୧୨ଟା ୪୦ରେ ହେଲିକପ୍ଟର ଯୋଗେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୋଲିସ ଗ୍ରାଉଣ୍ଡରେ ପହଞ୍ଚିବେ ରାଜନାଥ ସିଂ ।

ବିଜେପି କର୍ମୀଙ୍କ ମନରେ ମଧ୍ୟ ଉତ୍ସାହ ବଢ଼ିଛି । ରାଜନାଥଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ଆଜି କୋରାପୁଟ ଆସି ବିଭିନ୍ନ ସ୍ଥାନରେ ସଭା କରିବାର କାର୍ଯ୍ୟକ୍ରମ ରହିଛି ।ଏହାପରେ ଗୁରୁବାର ଦିନ ନବରଙ୍ଗପୁର ଯାଇ ସେଠାରେ ମଧ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ୯ ତାରିଖରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପୁରୀ କୃଷ୍ଣପ୍ରସାଦ ଯାଇ ସଭା କରିବାର କାର୍ଯ୍ୟକ୍ରମ ରହିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲିକୋଟରେ ପ୍ରଚାର କରିବେ । ଏହାପରେ ୧୦ ତାରିଖରେ ପୁଣି ଥରେ ସଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚି ବିଶାଳ ରୋଡ ସୋ’ କରିବେ । ୧୧ ତାରିଖରେ ବଲାଙ୍ଗୀର ସମାବେଶରେ ଯୋଗଦେବେ ମୋଦୀ ।

Leave a Reply

Your email address will not be published. Required fields are marked *