ଭୁବନେଶ୍ୱର : ଆଜି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରେସମିଟ୍ ।ପ୍ରେସମିଟରେ ବିଜେଡି ସରକାରଙ୍କ ବିରୋଧରେ ବର୍ଷିଲା ବିଜେପି । ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢିଛି, ସରକାର ମୌନ କାହିଁକି ବୋଲି ସେ ପ୍ରଶ୍ନ କରିଛି ବିଜେପି। ମମିତା ମେହେର ଘଟଣା ଦୋହଲାଇ ଦେବା ଭଳି , ଅତ୍ୟନ୍ତ ଲଜ୍ଜାଜନକ । ଘରୋଇ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଆଜି ଖବରକାଗଜରେ ବାହାରିଛି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏଠି ମହିଳା ଅସୁରକ୍ଷିତ ଓ ଦାଦନ ଅଧିକ । ୨୦୨୩ରେ ୪୦ ଦାଦନ ବିଭିନ୍ନ ରାଜ୍ୟକୁ ଯାଇ ପ୍ରାଣ ହରାଇଛନ୍ତି । ହିଞ୍ଜିଳିରେ ଦାଦନ ସଂଖ୍ୟା ବଢୁଛି, ଏହା କଣ ନବୀନ ବାବୁଙ୍କ ସଫଳତା । ମନରେଗାରେ ଯଦି କାମ ହେଉଛି, ଦାଦନ କାହିଁକି ଯାଉଛନ୍ତି । ଦାଦନ ମୃତ୍ୟୁ ମିଛ ନା ମନରେଗା ଦୁର୍ନୀତି ସତ ସ୍ପଷ୍ଟ କରନ୍ତୁ ସରକାର ବୋଲି କହିଛନ୍ତି ପ୍ରଦୀପ ।

ଅନ୍ୟପଟେ ସହରାଞ୍ଚଳ ସମସ୍ୟାକୁ ନେଇ ବିଜେପିର ପ୍ରେସମିଟ୍ ମିଳିଛି । ସଂକଳ୍ପପତ୍ର ବାବଦରେ ବିସ୍ତୁତ ସୂଚନା ଦେଲେ ସମୀର ମହାନ୍ତି । ଗତ ୫ ବର୍ଷରେ ମୋଦି ସରକାର ୨୨୨ଟି ପ୍ରତିଶ୍ରୁତି ପୂରଣ କରିଛନ୍ତି । ଏଠି ୨୫ ବର୍ଷ ଶାସନରେ ଅଳିଆ ଗଦାର ପାହାଡ ଠିଆ ହୋଇଛି । ରାଜ୍ୟରେ କୌଣସି ଜଳ ନୀତି ନାହିଁ, ଆମେ ପ୍ରତି ଘରକୁ ପାଣି ଦବୁ । ସୂର୍ଯ୍ୟ ଘର ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧ କୋଟି ଲୋକ ପଞ୍ଜୀକୃତ କଲେଣି । ଭୂତଳ ଜଳ ମ୍ୟାନେଜମେଣ୍ଟ କରିବୁ, ଡ୍ରେନେଜ ବ୍ୟବସ୍ଥା ସୁଦୃଢ କରିବୁ ବୋଲି କହିଛନ୍ତି ସମୀର ।

Leave a Reply

Your email address will not be published. Required fields are marked *