ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭବାନୀପାଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରଭୁ ଜଗନ୍ନାଥ ମା ମାଣିକେଶ୍ୱରୀଙ୍କୁ ପ୍ରଣାମ କରି ସମ୍ବୋଧନ ଆରମ୍ଭ କଲେ । କହିଲେ କଂଗ୍ରେସର ଏତେ ବର୍ଷର ଶାସନ ପରେ ବି ଗରୀବି କମିନି । ତିନି ତଲାକ ପ୍ରଥା ଦେଶରୁ ବିଜେପି ହଟାଇଛି ।ଓଡିଶାରେ ବିଜେପି ସରକାର କଲେ ଗରିବୀ ହଟିବ ।

ଅନ୍ୟପଟେ ଗରିବୀ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । କିନ୍ତୁ କଂଗ୍ରେସ ଦ୍ୱାରା ଏହା ସମ୍ଭବ ହେଲାନି ବୋଲି କହିଛନ୍ତି ରାଜନାଥ ।ଗରିବୀକୁ ନେଇ କଂଗ୍ରେସକୁ ନିଶାନା କରିଛନ୍ତି ରାଜନାଥ ସିଂହ । ଅନେକ NGO ଗରିବୀ ପର୍ଯ୍ୟଟନ ପାଇଁ ଏଠାକୁ ଆସୁଥିଲେ । ଏଠୁ ଯାଇ ଏଠାକାର ଦାରିଦ୍ର୍ୟ ବାବଦରେ ଖବରକାଗଜରେ ଲେଖୁଥିଲେ । ମୋଦିଙ୍କ ନେତୃତ୍ୱରେ ଅନେକ ସାମାଜିକ କଲ୍ୟାଣ କାମ ହୋଇଛି । ଆଗାମୀ ୫-୮ ବର୍ଷରେ କଳାହାଣ୍ଡି ବାବଦରେ ଏ ଧାରଣା ବଦଳିଯିବ ବୋଲି କହିଛନ୍ତି ରାଜନାଥ ।

୫୦/୫୫ ବର୍ଷ କ୍ଷମତାରେ ରହିବା ସତ୍ତ୍ୱେ ଗରିବୀ ଦୂର ହେଲାନି । କଂଗ୍ରେସ କରିପାରିଲାନି କିନ୍ତୁ ମୋଦି କରି ଦେଖାଇଲେ । ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଜେପି ସରକାର ଆସିଲେ ଆୟୁଷ୍ମାନ କାର୍ଡ ମିଳିବ । ଗରିବ ହେଉ କି ଧନୀ, ସମସ୍ତଙ୍କୁ ଆୟୁଷ୍ମାନ ସୁବିଧା ମିଳିବ ବୋଲି କହିଛନ୍ତି ରାଜନାଥ । ଯାହା କହିଥିଲୁ ତାହା କରି ଦେଖାଇଛୁ । ଧାରା ୩୭୦ ହଟାଇବୁ କହିଥିଲୁ, ହଟାଇଲୁ ।

ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, କରିଲୁ । ଯାହା ଆମେ କହୁ ତାହା କରୁ, ଏହା ଆମ ଚରିତ୍ର ବୋଲି କହିଛନ୍ତି । ସେହିପରି ତିନି ତଲାକ୍ ସମାପ୍ତ କରିବାକୁ କହିଥଲୁ, ସମାପ୍ତ କଲୁ । ଭବାନୀପାଟଣା ଜନସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାଜନାଥ ।

୫୦ ବର୍ଷ କଂଗ୍ରେସ ସରକାର, ୨୫ ବର୍ଷ ବିଜେଡି ସରକାର ଦେଖିବା ପରେ ବିଜେପିକୁ ପାଞ୍ଚ ବର୍ଷ ଦେବାକୁ ଅନୁରୋଧ କରିଛନ୍ତି ରାଜନାଥ । କଂଗ୍ରେସ ସବୁ ବେଳେ ନକରାତ୍ମକ ରାଜନୀତି କରିଥାଏ । ବିଜେପିର କାର୍ଯ୍ୟ ପ୍ରଣାଳୀ ବର୍ଣ୍ଣନା କରିବାକୁ ଯାଇ ରାଜନାଥ କହିଛନ୍ତି, ଆମ ସରକାର ଆସିବା ପରେ ଆତଙ୍କବାଦୀ ଆକ୍ରମଣ କମିଛି । ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି । ଏଣୁ ବିଜେପିକୁ କ୍ଷମତାକୁ ଆଣନ୍ତୁ ବୋଲି ଅନୁରୋଧ କରିଛନ୍ତି ରାଜନାଥ ସିଂହ ।

Leave a Reply

Your email address will not be published. Required fields are marked *