ରାୟଗଡାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜନସଭାକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି, ଅନେକ ଥର ଓଡ଼ିଶା ଆସିଛି, କିନ୍ତୁ ଏଥର ମାହୋଲ ବଦଳିଲା ଭଳି । ଏଥର ୨୧ରୁ ୨୧ ଲୋକସଭା ସିଟ୍ ଜିତିବୁ ଓଡ଼ିଶାବାସୀ କହୁଛନ୍ତି । ଏହା ଜଗନ୍ନାଥଙ୍କ ଧରିତ୍ରୀ, ବିଦେଶରେ ବି ଜଗନ୍ନାଥଙ୍କ ପ୍ରତି ସମସ୍ତଙ୍କ ଶ୍ରଦ୍ଧା ।

ବିଜେପି ସାଂସଦଙ୍କୁ ନିର୍ବାଚିତ କରି ପଠାନ୍ତୁ, ଉଚିତ୍ ଢଙ୍ଗରେ ସେ କାମ କରିବେ । ଯେଉଁ ମାହୋଲ ଏଠାରେ ଦେଖୁଛି ଲାଗୁଛି ଏଥର ବିଶେଷ ନିବେଦନ କରିବାକୁ ପଡିବନି । ବିଜେପି ପ୍ରାର୍ଥୀ ବହୁତ ଭୋଟରେ ବିଜୟୀ ହେବ ।

ଲମ୍ବା ସମୟ କଂଗ୍ରେସ ଦେଶରେ ଶାସନ କଲା। କେହି ବି ଦେଶରୁ ଗରିବୀ ହଟାଇ ପାରିଲେନି । କିନ୍ତୁ ମୋଦି ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି । ପ୍ରଥମେ ଓଡ଼ିଶା ଆସିଲା ବେଳେ ଗରିବୀ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଓଡ଼ିଶାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି

୧୦ ବର୍ଷ ହେବ ମୋଦୀ ସରକାରଙ୍କୁ କାମ କରୁଥିବାର ଦେଖିଛନ୍ତି । ସ୍ୱାଧୀନ ଭାରତରେ ଅନେକ ବର୍ଷ କଂଗ୍ରେସ ସରକାର ଦେଖିଛନ୍ତି । ସବୁବେଳେ ଗରିବିକୁ ହଟାଇବାକୁ କଂଗ୍ରେସ କହୁଥିଲା ।ଆଗାମୀ ୧୦ରୁ ୧୫ ବର୍ଷ ଯଦି ମୋଦୀ ପ୍ରଧାନମନ୍ତ୍ରୀ ରୁହନ୍ତି ତେବେ ଦେଶରେ ଗରିବି ରହିବନି । ଓଡ଼ିଶାରେ ମଧ୍ୟ ଗରିବି କମିଛି ।

ଗରିବ ଲୋକଙ୍କ ପାଇଁ ଆୟୁଷ୍ମାନ ଯୋଜନା ଆଣିଥିଲେ କେନ୍ଦ୍ର ସରକାର । ଯେଉଁଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସୁବିଧା ମିଳୁଥିଲା । କିନ୍ତୁ ଓଡ଼ିଶାରେ ଏହାକୁ ଲାଗୁ କରାଯାଇନାହିଁ । ଓଡ଼ିଶାରେ ଯାହାକୁ ଏହି ସୁବିଧା ମିଳୁନାହିଁ ବିଜେପି ସରକାରରେ ସମସ୍ତଙ୍କୁ ଆୟୁଷ୍ମାନ ଯୋଜନାରେ ସୁବିଧା ମିଳିବ । ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବ ମୋଦୀ ସରକାର ।

କଂଗ୍ରେସ ଓ ବିଜେଡି କେବଳ ଆଶ୍ୱାସନା ଦେଲେ, ପୂରଣ କଲେନି । ଯଦି ଆଶ୍ୱାସନା ପୂରଣ କରିଥାଆନ୍ତେ ଓଡ଼ିଶାରେ ଗରିବୀ ହଟିଥାଆନ୍ତା । ୩୭୦ ହଟାଇବାକୁ କହିଥିଲୁ, ପୂରଣ କଲୁ । ରାମ ମନ୍ଦିର ପ୍ରତିଷ୍ଠା କରିବାକୁ କହିଥିଲୁ, ତିଆରି କଲୁ ।

ତିନି ତଲାକ ସମାପ୍ତ କରିବାକୁ କହିଥିଲୁ, କରି ଦେଖାଇଲୁ । ଯେଉଁ ଧର୍ମର ହେଉନା କାହିଁକି ମାଆ, ଭଉଣୀଙ୍କୁ ଅସମ୍ମାନ ବରଦାସ୍ତ ହେବନି । କଂଗ୍ରେସ କହୁଥିଲା ଦୁର୍ନୀତି ହଟାଇବୁ, ହଟିଲା କି ? ବୋଲି ସେ ପ୍ରଶ୍ନ କରିଛନ୍ତି ।

କରୋନା ସମୟରେ ଭାରତର ଦକ୍ଷତା ବଖାଣିଲେ । ବୈଜ୍ଞାନିକଙ୍କ ସହ କଥା ହୋଇ ମୋଦି କରୋନା ଟିକା ପ୍ରସ୍ତୁତ କଲେ । ଆମ ଦେଶର ଲୋକେ ଟିକା ନେବା ସହ ବିଦେଶକୁ ପଠାଗଲା । ୨୦୦୪ରେ ଭାରତର ସ୍ଥାନ ଅର୍ଥନୀତିରେ ଏକାଦଶ ଥିଲା । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପଞ୍ଚମ ସ୍ଥାନକୁ ଉନ୍ନୀତ ହେଲୁ । ୨୦୨୭ରେ ଆମ ଦେଶ ଟପ୍ ଥ୍ରୀ ଭାବେ ଉଭା ହେବ । ଆମେରିକା, ଚୀନ୍ ପଛକୁ ତୃତୀୟ ସ୍ଥାନରେ ରହିବୁ ।

ଭାରତ ଏବେ ବିଶ୍ୱରେ ମହାଶକ୍ତି ଭାବେ ଉଭା ହୋଇଛି । କଂଗ୍ରେସ ସରକାର ସମୟରେ ଭାରତକୁ ଦୁର୍ବଳ ଭାବୁଥିଲା ପୂରା ବିଶ୍ୱ । କିନ୍ତୁ ଏବେ ଭାରତ ଯାହା କହୁଛି ତାହା ବିଶ୍ୱ ଶୁଣୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଯୋଗ ବଳରେ କରୋନା କାଳରେ କୋଟି କୋଟି ଟୀକା ପ୍ରସ୍ତୁତ କରି ଦେଶବାସୀଙ୍କ ଜୀବନ ବଞ୍ଚାଇଛନ୍ତି ଦେଶର ବୈଜ୍ଞାନିକ । ଏବେ ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ୫ମ ଅର୍ଥନୀତି ବ୍ୟବସ୍ଥା ପାଲଟିଛି । ଆଗକୁ ବିଶ୍ୱର ୩ୟ ଅର୍ଥନୀତି ପାଲଟିବ ଭାରତ । ୧ କୋଟି ମହିଳାଙ୍କୁ ଆମେ ଲକ୍ଷପତି କରିଛୁ, ଆଗାମୀ ୫ ବର୍ଷରେ ୩ କୋଟି ମହିଳାଙ୍କୁ ଲକ୍ଷପତି କରିବୁ । କଂଗ୍ରେସ ସର୍ବାଧିକ ଥର ସମ୍ବିଧାନ ସଂଶୋଧନ କରିଛି । ସମ୍ବିଧାନର ଆତ୍ମାକୁ ବଦଳାଇଛି କଂଗ୍ରେସ । କିନ୍ତୁ ଏବେ କହୁଛି ବିଜେପି ସମ୍ବିଧାନ ବଦଳାଇବାକୁ ଚାହୁଁଛି । ବିଜେପି ଏବେ ବିଶ୍ୱର ସବୁଠୁ ବଡ ଦଳ ଭାବେ ଉଭା ହୋଇଛି । ବିଜେପି ଏକମାତ୍ର ଦଳ ଯିଏ ଯାହା କୁହେ, ତାହା ପୂରା କରେ ।

Leave a Reply

Your email address will not be published. Required fields are marked *