ପିପିଲି; ରାଜନୀତିରେ ସବୁ ସମ୍ଭବ । ସ୍ୱାମୀ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ସ୍ତ୍ରୀ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ଚଳିତ ନିର୍ବାଚନରେ ଗୋଟିଏ ଗୋଟିଏ ଦଳରୁ ବାପା-ପୁଅ, ସ୍ୱାମୀ-ସ୍ତ୍ରୀ, ଦଳୀୟ ଟିକେଟ୍ରୁ ନିର୍ବାଚନ ଲଢ଼ୁଛନ୍ତି । କିନ୍ତୁ ପିପିଲିରେ ଏ ଚିତ୍ର ବଦଳିଯାଇଛି । ଏପରି ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ । ଗୋଟିଏ ପଟେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ପିପିଲିରୁ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ୁଥିବା ବଳେ ତାଙ୍କ ସ୍ତ୍ରୀ ଜାଗୃତି ପଣ୍ଡା ଏବେ ସ୍ୱାମୀଙ୍କ ବିରୋଧରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ଦୁଇଜଣ ନାମାଙ୍କନ ବି ଦାଖଲ କରିସାରିଛନ୍ତି ।
ସୂଚନା ଅନୁସାରେ, ଜାଗୃତି ପିପିଲି ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ । ଏଥିପାଇଁ ସୋମବାର ନାମାଙ୍କନ ଭରିଛନ୍ତି ଜାଗୃତି । ଏହା ପୂର୍ବରୁ ଗତ ୩ ତାରିଖରେ ନାମାଙ୍କନ ଭରିଥିଲେ ରୁଦ୍ର । ଆସନ୍ତା ୨୫ ତାରିଖରେ ଏଠି ନିର୍ବାଚନ ହେବ। ତେବେ ଜାଗୃତି କାହିଁକି ସ୍ୱାଧୀନ ପ୍ରାର୍ଥୀ ଭାବେ ସ୍ୱାମୀଙ୍କ ବିରୋଧରେ ଲଢିବାକୁ ନାମାଙ୍କନ କରିଛନ୍ତି ସେନେଇ ମୁହଁ ଖୋଲିନାହାନ୍ତି। ଜାଗୃତିଙ୍କ ନାମାଙ୍କନ ପତ୍ରରେ ସେ ତାଙ୍କ ସମସ୍ତ ବିବରଣୀ ଦେବା ସହ ତାଙ୍କ ସ୍ୱାମୀଙ୍କ ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *