ଭୁବନେଶ୍ୱର ; ଗତ ୨ ଦିନ ହେବ ତାତିରୁ ରାଜ୍ୟବାସୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ସଂଧ୍ୟାରେ ରାଜଧାନୀରେ ମାଡ଼ି ଆସିଲା କାଳବୈଶାଖୀ ବର୍ଷା । ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଏବଂ ପ୍ରବଳ ବେଗରେ ପବନ ମଧ୍ୟ ବହୁଥିବା ଦେଖିବାକୁ ମିଳିଛି । କାଳବୈଶାଖୀ ବର୍ଷା ଫଳରେ ରାଜ୍ୟବାସୀଙ୍କୁ ସାମାନ୍ୟ ଅଶ୍ଵସ୍ତି ମିଳିଛି ।
ଏହାସହ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆହୁରି ୫ ଦିନ ରାଜ୍ୟରେ ବର୍ଷା ରହିବ। କାଳବୈଶାଖୀ ବର୍ଷା ପ୍ରଭାବିତ କରିବ ସାରା ରାଜ୍ୟକୁ। ଆଜି କିଛି ସ୍ଥାନରେ ବର୍ଷା ସହ ୩୦ ରୁ ୪୦ କିମି ବେଗରେ ରେ ଝଟକା ପବନ ବହିଛି । ଉପକୁଳ ଓଡ଼ିଶାରେ ଦେଖିବାକୁ ମିଳିବ ଏହାର ବିଶେଷ ପ୍ରଭାବ । ଆସନ୍ତା ୨୪ଘଣ୍ଟା ପାଇଁ ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ ଏଥିସହ ତାର ପଡୋଶୀ ଜିଲ୍ଲା ମୟୂରଭଞ୍ଜ, କେଉଁଝର , କନ୍ଧମାଳ , ଢେଙ୍କାନାଳ, ରାୟଗଡା ଓ କୋରାପୁଟ ପାଇଁ ୟେଲୋ ଆଲର୍ଟ ଦିଆଯାଇଛି ।
ଗତକାଲି ୨୦ଟି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ଆଜି ହଠାତ୍ ସଂଧ୍ୟାରେ କାଳବୈଖାଖାୀ ମାଡ଼ି ଆସିଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଏକାଧିକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ। ତାପମାତ୍ରାରେ ବିଶେଷ ପରିବର୍ତ୍ତନା ଦେଖାଯିବ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

By SonaliP

Leave a Reply

Your email address will not be published. Required fields are marked *