ମେ ୧୩ ତାରିଖରେ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ପଡ଼ିବ ଭୋଟ । ଏହା ପୂର୍ବରୁ ଘରେ ବସି ପୋଷ୍ଟାଲ୍ ବାଲାଟ୍ ଯୋଗେ ଭୋଟ ଦେଲେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ । ନିର୍ବାଚନ ଅଧିକାରୀମାନେ ଘରକୁ ଘର ବୁଲି ସେମାନଙ୍କୁ ସହଯୋଗ କରିଛନ୍ତି । ଏପରି ସୁବିଧା କରାଯାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ।
ଭାରତର “ଗଣତନ୍ତ୍ରର ଉତ୍ସବ” ପାଇଁ ପ୍ରସ୍ତୁତି ଚାଲିଛି । ଏହି ପ୍ରକ୍ରିୟାକୁ ଅନ୍ତର୍ଭୂକ୍ତ ଏବଂ ସୁଗମ କରିବା ପାଇଁ, ECI ଲୋକସଭା ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଭିନ୍ନକ୍ଷମ ବ୍ୟକ୍ତି (PwD) ଏବଂ 85 ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କ ପାଇଁ ‘ପୋଷ୍ଟାଲ୍ ବାଲାଟ୍’ ସୁବିଧା ବୃଦ୍ଧି କରିଛି। ଏହି ପଦକ୍ଷେପ 85 ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ 88.4 ଲକ୍ଷ ଭିନ୍ନକ୍ଷମଙ୍କୁ ଡାକଘର ମାଧ୍ୟମରେ ଭୋଟ୍ ଦେବାକୁ ଅନୁମତି ଦେବ। ବିଶେଷ କରି ଭିନ୍ନକ୍ଷମ ଭୋଟର ତଥା ଯେଉଁମାନେ ଅଧିକ ସମର୍ଥନ ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଏହା ଏକ ଉତ୍ତମ ପଦକ୍ଷେପ ହେବ ।

By SonaliP

Leave a Reply

Your email address will not be published. Required fields are marked *