ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆର ୩ଶହ କର୍ମଚାରୀ । ଏୟାର ଇଣ୍ଡିଆ ଏକ୍ସପ୍ରେସର ଶତାଧିକ କ୍ରିଉ ମେମ୍ବର ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ ଅଛନ୍ତି । । ଅଧିକାଂଶ କ୍ରିଉ ସଦସ୍ୟଙ୍କ ମୋବାଇଲ ସୁଇଚ ଅଫ୍‌ । ଯାତ୍ରୀ ହଇରାଣ, ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ କର୍ତ୍ତୃପକ୍ଷ । ନୂଆ ଚାକିରି ନିୟମାବଳୀ ବିରୋଧରେ ସେମାନେ ଏକ ପ୍ରକାର ଆନ୍ଦୋଳନ କରିଛନ୍ତି ବୋଲି କୁହାଯାଉଛି । ଏହା ଫଳରେ କାଲି ରାତିରୁ ଆଜି ସକାଳ ଯାଏଁ ୮୬ରୁ ଅଧିକ ଉଡ଼ାଣ ବାତିଲ୍ ହୋଇଛି। ଏୟାର ଇଣ୍ଡିଆ ଏକ୍ସପ୍ରେସର ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣକୁ ବାତିଲ୍ କରାଯାଇଛି।

ବିମାନ ସେବା ଏକ ବିବୃତ୍ତି ଜାରି କରି କହିଛି ଯେ ଗତ ରାତିରୁ ଆମର କ୍ୟାବିନ କ୍ରିଉର ଗୋଟିଏ ବିଭାଗ ଅସୁସ୍ଥ ଯୋଗୁଁ ଛୁଟିରେ ରହିଛନ୍ତି, ଫଳସ୍ୱରୂପ ବିମାନ ବିଳମ୍ବ ଓ ବାତିଲ ହୋଇଯାଇଥିଲା। ତଥାପି ଆମେ ଏହାର କାରଣ ବୁଝିବା ପାଇଁ କର୍ମଚାରୀଙ୍କ ସହ ଆଲୋଚନା କରୁଛୁ। ”

ଏୟାରଲାଇନ୍ସ ବିବୃତ୍ତିରେ ଆହୁରି ମଧ୍ୟ କହିଛି, “ଆମ ଟିମ ଆମ ଅତିଥିମାନଙ୍କର ଅସୁବିଧାକୁ କମ୍ କରିବା ପାଇଁ ସକ୍ରିୟ ଭାବରେ ଏହି ସମସ୍ୟାର ସମାଧାନ କରୁଛନ୍ତି। ଏହି ଅପ୍ରତ୍ୟାଶିତ ବାଧା ପାଇଁ ଆମେ ଆମ ଅତିଥିମାନଙ୍କୁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛୁ।” ବିମାନ ବାତିଲ ଦ୍ୱାରା ପ୍ରଭାବିତ ଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଫେରସ୍ତ କିମ୍ବା ସେମାନଙ୍କର ବିମାନକୁ ଅନ୍ୟ ତାରିଖକୁ ପୁନଃ ନିର୍ଦ୍ଧାରଣ କରିବାର ବିକଳ୍ପ ଦିଆଯିବ ।ଏଥିସହ ଉଡ଼ାଣ ବାତିଲ ହୋଇଥିବା ଫ୍ଲାଇଟର ଯାତ୍ରୀମାନଙ୍କୁ ସେମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ରୂପେ ଫେରାଯିବ । ନଚେତ ସେମାନେ ଚାହିଁଲେ ତାହାକୁ ଅନ୍ୟ ତାରିଖକୁ ଘୁଞ୍ଚାଇ ଦିଆଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।ଗତ ମାସରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ କ୍ୟାବିନ କ୍ରିଉ ମେମ୍ବରଙ୍କ ଏକ ଟିମ୍‌ ଅଭିଯୋଗ କରିଥିଲେ କି ମ୍ୟାନେଜମେଣ୍ଟ ଠିକ୍‌ ଭାବେ କାମ କରୁନି। କର୍ମଚାରୀଙ୍କ ସହ ସମାନ ବ୍ୟବହାର ପ୍ରଦର୍ଶନ କରାଯାଉନି। ପରିଚାଳନାଗତ ତ୍ରୁଟି ହେତୁ କ୍ରିଉ  ମେମ୍ବର ଶକ୍ତ ମାନସିକ ଆଘାତ ପାଉଥିବାରୁ ଏପରି ଚରମ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।ଏ

By SonaliP

Leave a Reply

Your email address will not be published. Required fields are marked *