ବିବାଦୀୟ ବୟାନ ଦେଇ ଫସିଲେ ସାମ ପିଟ୍ରୋଡା । ‘ପ୍ରଥମେ ଉତ୍ତରାଧିକାରୀ କର’ ବୟାନ ଦେଇ ବିବାଦ ଘେରକୁ ଆସିଥିବା ଇଣ୍ଡିଆନ ଓଭରସିଜ କଂଗ୍ରେସର ସଭାପତି ସାମ ପିଟ୍ରୋଡା ଆଉଥରେ ବର୍ଣ୍ଣ ବୈଷମ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି । ନିଜ ବିବାଦୀୟ ବୟାନରେ ଦଳକୁ ଅଡୁଆରେ ପକାଇଥିବା କଂଗ୍ରେସ ନେତା ସାମ ପିଟ୍ରୋଡା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆଉ କଂଗ୍ରେସ ଅଧ୍ୟକ୍ଷ ଏହାକୁ ତୁରନ୍ତ ଗ୍ରହଣ କରିନେଇଛି । ନିକଟରେ ସାମ୍ ପିଟ୍ରୋଡାଙ୍କ ମନ୍ତବ୍ୟ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଶାସକ ବିଜେପି କଂଗ୍ରେସ ଉପରେ ଆକ୍ରମଣ କରିଥିଲେ । ତେବେ ସାମଙ୍କ ଇସ୍ତଫାକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ଯେ ସାମ ପିଟ୍ରୋଡା ନିଜ ଇଚ୍ଛାରେ ଓଭରସିଜ କଂଗ୍ରେସର ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ ସଭାପତି ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି

ସୂଚନା ଯୋଗ୍ୟ, ଦି ଷ୍ଟେଟ୍ସମ୍ୟାନକୁ ଦେଇଥିବା ଏକ ସାକ୍ଷାତକାରରେ ପିଟ୍ରୋଡା ଗଣତାନ୍ତ୍ରିକ ଉଦାହରଣ ଭାବରେ ଭାରତର ସ୍ଥିତି ବିଷୟରେ ଆଲୋଚନା କରିବା ବେଳେ କହିଥିଲେ ଯେ ଦେଶର ଲୋକମାନେ ୭୫ ବର୍ଷ ପର୍ଯ୍ୟନ୍ତ ବେଶ୍‌ ଖୁସିରେ ବଞ୍ଚିଯାଆନ୍ତି। ଆମେ ଭାରତ ଭଳି ବିବିଧ ଦେଶକୁ ଏକାଠି ରଖିପାରିବା। ଯେଉଁଠାରେ ପୂର୍ବର ଲୋକମାନେ ଚୀନର ଲୋକଙ୍କ ପରି, ପାଶ୍ଚାତ୍ୟର ଲୋକମାନେ ଆରବୀୟଙ୍କ ଭଳି ଦେଖାଯାଆନ୍ତି। ଉତ୍ତରର ଲୋକମାନେ ବୋଧହୁଏ ଧଳା ଏବଂ ଦକ୍ଷିଣର ଲୋକମାନେ ଆଫ୍ରିକୀୟଙ୍କ ପରି ଦେଖାଯାଆନ୍ତି। ଏଥିରେ କିଛି ଫରକ ପଡ଼ିବ ନାହିଁ। ସମସ୍ତେ ଭାଇ ଓ ଭଉଣୀ ଅଟନ୍ତି’’ ବୋଲି ସାକ୍ଷାତକାର ସମୟରେ ପିଟ୍ରୋଡା କହିଥିଲେ । ଏହି ମନ୍ତବ୍ୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟାର୍ଗେଟ କରି କହିଥିଲେ ଯେ ପିଟ୍ରୋଡା ଲୋକମାନଙ୍କୁ ସେମାନଙ୍କ ତ୍ୱଚାର ରଂଗକୁ ନେଇ ଅପମାନିତ କରିଛନ୍ତି।

 

By SonaliP

Leave a Reply

Your email address will not be published. Required fields are marked *