ଜଙ୍ଗଲି ହାତୀ ଆକ୍ରମଣରେ ବୁଧବାର କେରଳର ପାଲକ୍କଡ ଜିଲ୍ଲାରେ ଖବର ସଂଗ୍ରହ ବେଳେ ଗୋଟିଏ ପ୍ରମୁଖ ମାଲାୟାଲମ୍ ନ୍ୟୁଜ୍ ଚ୍ୟାନେଲର ଜଣେ ୩୪ ବର୍ଷୀୟ କ୍ୟାମେରାମ୍ୟାନ ପ୍ରାଣ ହରାଇଛନ୍ତି। ଚ୍ୟାନେଲ ସୂତ୍ରରୁ ପ୍ରକାଶ ଯେ, ମାତୃଭୂମି ନ୍ୟୁଜ୍ ରେ କାମ କରୁଥିବା ଏଭି ମୁକେଶ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ସେ ଏବଂ ଚ୍ୟାନେଲର ରିପୋର୍ଟର ଦଳ ଛାଡ଼ି ଯାଇଥିବା ହାତୀର ଗତିବିଧି ସୁଟିଂ କରିବା ସମୟରେ ଏହି ଅଘଟଣ ଘଟିଥିଲା।

ନଦୀ ପାର ହେଉଥିବା ହାତୀ ଛୁଆର ଭିଜୁଆଲ ସୁଟିଂ କରୁଥିବାବେଳେ ଏହି ଦୁର୍ଘଟଣା କ୍ୟାମେରାମ୍ୟାନଙ୍କ ସହ ଘଟିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦୁର୍ଘଟଣା ଘଟିଥିବା ସ୍ଥାନଟି ଜଙ୍ଗଲ ହାତୀଙ୍କ ଯିବା ଆସିବା ଓ ବିଚରଣ ସ୍ଥାନ।

ତେବେ ଏହି ଦୁର୍ଘଟଣାରୁ ସାମ୍ବାଦିକ ଏବଂ ଗାଡିର ଡ୍ରାଇଭର ନିରାପତ୍ତା ଭାବେ ଖଡ଼ି ପଳାଇବାରେ ସକ୍ଷମ ହୋଇଥିଲେ ମଧ୍ୟ କ୍ୟାମେରାମ୍ୟାନ ମୁକେଶଙ୍କୁ ଏକ ହାତୀ ଆକ୍ରମଣ କରି ଗୁରୁତର ଆହତ କରିଥିଲା। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଚେଷ୍ଟା ପରେ ମଧ୍ୟ ସେ ବଞ୍ଚିପାରିନଥିବା ସୂତ୍ରରୁ ପ୍ରକାଶ ପାଇଛି।

ମାଲାପୁରମ୍ ଜିଲ୍ଲାର ପାରାପାନଙ୍ଗଡ ନିବାସୀ ମୁକେଶ ଏକବର୍ଷ ହେବ ମାତୃଭୂମି ନ୍ୟୁଜର ପାଲକ୍କଡ ବ୍ୟୁରୋରେ କାର୍ଯ୍ୟ କରିଆସୁଥିଲେ। ସେ ଅନେକ ବର୍ଷ ଧରି ଚ୍ୟାନେଲର ନୂଆଦିଲ୍ଲୀ ବ୍ୟୁରୋର ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କ ଦେହାନ୍ତରେ ସହକର୍ମୀଙ୍କ ସହ ସମ୍ପର୍କୀୟ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ତାଙ୍କ ପତ୍ନୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ ସମେତ ବହୁ ବରିଷ୍ଠ ରାଜନେତା ଦୁଃଖ ପ୍ରକାଶ କରିବା ସହ ତାଙ୍କ ପତ୍ନୀ ଓ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

By Nirvay

Leave a Reply

Your email address will not be published. Required fields are marked *