ଆଜି ସନ୍ଧ୍ୟା ୬ ପରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ଆଜି ବୈଶାଖ ମାସ ଅମାବାସ୍ୟା ହୋଇଥିବା ବେଳେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ହେବ । ଏହି ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ଠାକୁରଙ୍କ ସାଧାରଣ ଦର୍ଶନ ୬ ଘଣ୍ଟା ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ହେବ ବନକଲାଗି ନୀତି। ଏହା ଏକ ଗୁପ୍ତ ନୀତି ହୋଇଥିବା ବେଳେ ସାଧାରଣ ଲୋକଙ୍କୁ ଦର୍ଶନ ମନା ହୋଇଥାଏ।

By Nirvay

Leave a Reply

Your email address will not be published. Required fields are marked *