ରବିବାରରୁ କର୍ତ୍ତାରପୁର ସାହିବ ପାଇଁ ପଞ୍ଜିକରଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

କର୍ତ୍ତାରପୁର ସାହିବ ଯିବା ଲାଗି ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ ଆସନ୍ତା ଅକ୍ଟୋବର ୨୦ରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହେବାକୁ ଯାଉଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୁଝାମଣା ସାଇନ୍ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । କର୍ତ୍ତାରପୁର କରିଡ଼ର ଯିବା ଲାଗି ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ପାକିସ୍ତାନ ତରଫରୁ କାର୍ଯ୍ୟକ୍ରମ ବିବରଣୀ ଜାରି କରିଦିଆଯାଇଛି । ସୂଚନାଯୋଗ୍ୟ ଯେ, କର୍ତ୍ତାରପୁର କରିଡ଼ରର ଉଦ୍ଘାଟନ ନଭେମ୍ବରରେ ହେଉଥିବାବେଳେ ଏହାର ପ୍ରଥମ ଜଥା ୫ ତାରିଖରେ ଆରମ୍ଭ ହେଉଛି । ଡେରା ବାବା ନାନକ ସାହିବ ଏବଂ ଗୁରୁଦ୍ୱାରା ଦରବାର ସାହିବଙ୍କ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ପ୍ରଥମ ଏବଂ ଦ୍ୱିତୀୟ ଜଥା ଯଥାକ୍ରମେ ନଭେମ୍ବର ୫ ଓ ୬ ତାରିଖରେ କର୍ତ୍ତାରପୁର ଅଭିମୁଖେ ବାହାରିବ । ଏହାପରେ ଶ୍ରଦ୍ଧାଳୁଙ୍କ ଜଥା ୧୩ ଏବଂ ୧୪ ତାରିଖରେ ପୁନଶ୍ଚ ଭାରତ ପ୍ରତ୍ୟାବର୍ତ୍ତନ କରିବ । ଅପରପକ୍ଷରେ ଦୁଇ ଦେଶ ମଧ୍ୟରେ ଶ୍ରଦ୍ଧାଳୁଙ୍କ ଠାରୁ ଏପର୍ଯ୍ୟନ୍ତ ଦେୟକୁ ନେଇ ସହମତି ହୋଇପାରିନାହିଁ । ପାକିସ୍ତାନ କାର୍ତ୍ତାରପୁର କରିଡ଼ରରୁ ଅନ୍ତିମ ଡ୍ରାଫ୍ଟ ଭାରତକୁ ପଠାଇଦେଇଥିଲେ ମଧ୍ୟ ଭାରତୀୟ ଶିଖ୍ ତୀର୍ଥଯାତ୍ରୀଙ୍କଠାରୁ ୩,୧୨୪ ପାକିସ୍ତାନୀ ଟଙ୍କା(୨୦ ଡଲାର) ନେବା ଲାଗି ପାକିସ୍ତାନ ଅଡ଼ି ବସିଛି । ଉକ୍ତ ଡ୍ରାଫ୍ଟ ମୁତାବକ, ଯେକେହି ବିନା କୌଣସି ପ୍ରତିବନ୍ଧକରେ କର୍ତ୍ତାରପୁରର କରିଡ଼ରର ଉପଯୋଗ କରିପାରିବେ । ତେବେ ସରକାର ପାକିସ୍ତାନ ସହିତ ସହମ୍ମତି ବନାଇବା ଲାଗି ପ୍ରୟାସ କରୁଥିବା ଜଣାପଡ଼ିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*